ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତୁ୍ୟ
ବ୍ରହ୍ମବରଦା: ସୋମବାର ସକାଳେ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବନ୍ଧଢିଅ ପଞ୍ଚାୟତର ରବିନ୍ଦ୍ର ସାହୁ । ସେ ଗତ ୮ଦିନ ପୂର୍ବରୁ ଯାଜପୁର ଟାଉନ ଅଞ୍ଚଳରେ ବାଇକ ଯୋଗେ ଯାଉଥିବା ସମୟରେ ଏକ ଅଟୋ ତାଙ୍କୁ ସାଇଡ ମାରିଥିଲା । ଫଳରେ ସେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ । ଆଜି ସକାଳେ ସେଠାରେମୃତ୍ୟୁ ଘଟିଥିବା ଜଣାପଡିଛି । ସେ ବିବାହିତ ଥିଲେ ଓ ତାଙ୍କର ଏକ ଛୋଟ ଝିଅ ଥିବା ଜଣାପଡ଼ିଛି ।