ଚୋରା ବାଲି ଟ୍ରାକ୍ଟର ଜବତ
ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଅନ୍ତର୍ଗତ ବାତୋ ବୈତରଣୀ ନଦୀରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ, ଜଳସୁଆଁ ନିକଟରୁ ପୋଲିସ ଦ୍ୱାରା ବାଲି ବୋଝେଇ ଟ୍ରାକ୍ଟର ଜବତ । ବାତୋ ଗ୍ରାମ ସ୍ଥିତ ବୈତରଣୀ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବା ବେଳେ, ସାଇଁକୁଳ ଫାଣ୍ଡି ପୁଲିସ ଦ୍ୱାରା ଜବତ କରାଯାଇଛି । ଉକ୍ତ ଟ୍ରାକ୍ଟରକୁ ଫାଣ୍ଡି ପରିସରକୁ ଅଣାଯାଇ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି ।