ଛତ୍ରପତି ଶିବାଜୀଙ୍କ ଜୟନ୍ତୀ
ବେତନଟୀ : ବେତନଟୀ ଧର୍ମଶାଳା ଠାରେ ଶିବାଜୀ କ୍ଲବ ପକ୍ଷରୁ ଛତ୍ରପତି ଶିବାଜୀଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛତ୍ରପତି ଶିବାଜୀଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ଦ୍ୱୀପ ପ୍ରଦାନ କରାଯାଇଥିଲା । ଏବଂ ଶିବାଜୀ କ୍ଲବର ଦିବଂଗତ ସଦସ୍ୟମାନଙ୍କ ଉଦେ୍ଦଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶିବାଜୀ କ୍ଲବର ସଦସ୍ୟ କବି ମନୋଜ କୁମାର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ପାଳନ ଉତ୍ସବରେ ପଦ୍ମମାଳୀ ମହିଳା ସଂଗଠନର ସମ୍ପାଦିକା ପ୍ରଭାତୀ ମହାନ୍ତି, କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳୀ ଭୂୟାଁ, ଉପସଭାପତି ସୋନା ଖାତୁନ, କୋଷାଧ୍ୟକ୍ଷା ବିନୋଦିନୀ ମହାନ୍ତ, ସଦସ୍ୟା ମିନତୀ ସାହୁ, ସାମ୍ବାଦିକ ହରିଶ୍ଚନ୍ଦ୍ର ସାମଲ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିବାଜୀ କ୍ଲବର କୋଷାଧ୍ୟକ୍ଷ ଉପେନ୍ଦ୍ରନାଥ ମହାନ୍ତ, ସଦସ୍ୟ ଗଙ୍ଗାଧର ମହାନ୍ତ, ଜଗମୋହନ ମହାନ୍ତ, କରୁଣାକର ମହାନ୍ତ,କୃଷ୍ଣଚନ୍ଦ୍ର ମହାକୁଡ ଓ ଲାଲମୋହନ ନାଏକ ପ୍ରମୁଖ ବିଭିନ୍ନ କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ଗତିକୃଷ୍ଣ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।