ନୋଟାରୀ ଭାବେ ନିଯୁକ୍ତ ହେଲେ ବରିଷ୍ଠ ଆଇନଜୀବୀ ନିରଞ୍ଜନ

 ଜଟଣୀ : ଜଟଣୀ ଅଞ୍ଚଳରେ ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଜଟଣୀ ବାର୍ ଆସୋସିଏସନ୍ ସଭାପତି ହାଟ ବଜାର ଅଞ୍ଚଳର ନିବାସୀ ନିରଞ୍ଜନ ପଣ୍ଡାଙ୍କୁ ନୋଟାରୀ ଭାବେ ଭାରତ ସରକାରଙ୍କ ନ୍ୟାୟ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ନିଯୁକ୍ତି ମିଳିଥିବା ଜଣାପଡିଛି । ଏ ନେଇ ବିଧିବଦ୍ଧ ଭାବେ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଶ୍ରୀ ପଣ୍ଡାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଅପରପକ୍ଷେ ଏହି ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟାରେ ଆଇନଜୀବୀ ଓ ଜନସାଧାରଣ ତାଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି ।