ସମନ୍ୱିତ ଆଦିବାସୀ ଉନ୍ନୟନର ପ୍ରକଳ୍ପସ୍ତରୀୟ ବୈଠକ
ରାୟଗଡା : ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ ଓ ଗୁଣୁପୁରର ପ୍ରକଳ୍ପସ୍ତରୀୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଅଧ୍ୟକ୍ଷା ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ବିଧାୟକ କାଡ୍ରାକା ଆପଲ୍ଲାସ୍ୱାମୀ, ଗୁଣୁପୁର ବିଧାୟକ ସତ୍ୟଜୀତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକକା, ସାଂସଦ ପ୍ରତିନିଧି ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ, ଖଣ୍ଡୀୟ ବନ ଅଧିକାରୀ ସଚିନ ଆନ୍ନା ସାହେବ ଓହଲେ, ଉପଜିଲ୍ଲାପାଳ ରାୟଗଡ ରମେଶ କୁମାର ଜେନା, ପିଏଆଇଟିଡିଏ ରାୟଗଡ ଚନ୍ଦ୍ରକାନ୍ତ ମାଝୀ, ପିଏଆଇଟିଡିଏ ଗୁଣୁପୁର ଅଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ମୁଖ୍ୟତଃ ରାୟଗଡ଼ ଆଇଟିଡିଏର ୨୭/୫/୨୦୨୨ରେ ଅନୁଷ୍ଠିତ ୬୫ତମ ପ୍ରକଳ୍ପ ସ୍ତରୀୟ ବୈଠକରେ ଗୃହୀତ କାର୍ଯ୍ୟ ବିଧିକୁ ସୁଦୃଢ଼ୀକରଣ କରାଯାଇଥିଲା । ଏହା ସହିତ ମଇ ମାସ ୨୦୨୨ରୁ ଜୁନ ମାସ ୨୦୨୫ ମଧ୍ୟରେ ବିଭିନ୍ନ ଯୋଜନାରୁ ପ୍ରାପ୍ତ ଅନୁଦାନ ରାଶି ଟ ୧୭୨୪୦. ୧୭ଲକ୍ଷ ଓ ଟ ୮୭୪୭. ୯୦/-ଖର୍ଚ୍ଚକୁ ଅନୁମୋଦନ କରିଥିଲେ । ସେହିପରି ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରାତଃ ଅନୁଦାନ ରାଶି, ଟ ୮୪୫୫୪୧୯୨୧ଙ୍କା ଓ ଟ୨୩୦୮୫୩୮୫୧ ଙ୍କା ଖର୍ଚ୍ଚକୁ ଅନୁମୋଦନ କରାଯାଇଥିଲା । ସେହିପରି ୨୦୨୩-୨୪,୨୦୨୪-୨୫ ଓ ୨୦୨୫-୨୦୨୬ ଆର୍ଥôକ ବର୍ଷ ନିମନ୍ତେ ଅନୁଦାନ ଓ ଖର୍ଚ୍ଚ ଦାବିକୁ ଅନୁମୋଦନ କରିଥିଲେ । ଏହି ବୈଠକରେ ନୂତନ ପ୍ରକଳ୍ପ ଓ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିଲା । ଏହାସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ବିଶେଷ କରି ଶିକ୍ଷକ, କର୍ମଚାରୀ ଅଭାବ ବିଷୟରେ ଉପସ୍ଥାପନା କରିଥିଲେ । ଏହି ବୈଠକରେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା, ସଦସ୍ୟ ସଦସ୍ୟା, ଜିଲ୍ଲାସ୍ତରୀୟ ଅଧିକାରୀ, ଯୋଗଦାନ କରିଥିଲେ ।