ଭକ୍ତଙ୍କ ଗସ୍ତ ପାଇଁ କଂଗ୍ରେସର ପ୍ରସ୍ତୁତି
ଦାନଗଦୀ : ଚଳିତ୫ ତାରିଖ ସକାଳ ୧୦ ଘଟିକା ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାଶଙ୍କ ସହ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ଜି କଳିଙ୍ଗନଗର ଗସ୍ତରେ ଆସୁଛନ୍ତି । ପ୍ରଥମେ ଆମ୍ବଗଡିଆ ଆଦିବାସୀ ସହିଦ ସ୍ତମ୍ଭ ଠାରେ ପହଞ୍ଚô ସହିଦମାନଙ୍କୁ ପୁଷ୍ପ ମାଲ୍ୟ ଦେବେ । ଆମ୍ବଗଡିଆ ଠାରୁ ଡ଼ୁବୁରୀ ଇନ୍ଦିରା ପଡିଆ ଯାଏଁ ସମ୍ବିଧାନ ବଞ୍ଚାଅ ପଦଯାତ୍ରାରେ ସାମିଲ ହୋଇ ସେଦିନ ବିଶ୍ୱପରିବେଶ ଦିବସ ଥିବାରୁ ଇନ୍ଦିରା ପଡିଆରେ କଳିଙ୍ଗନଗର ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା ଦାବିରେ ଆୟୋଜିତ ସମାବେଶରେ ସାମିଲ ହେବେ । ପସିସି ସଭାପତି ଏବଂ ରାଜ୍ୟ ପ୍ରଭାରୀଙ୍କ ଗସ୍ତକୁ ସଫଳ କରିବାକୁ ସୁକିନ୍ଦା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ହୋଇଛି । ଦାନଗଦି କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ବୈଠକରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଜିଲ୍ଲା ସଭାପତି ମନୋଜ ରାଉତ, ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ମୋହନ ଚରଣ ହେମ୍ରମ, ବିଭୁ ଭୂଷଣ ରାଉତ, ମହେନ୍ଦ୍ର ଦାଶ, ରଂଜିତ ରାଜ, ସୁକୁମାର ଦେଓ, ସ୍ୱପ୍ନା ବେହେରା, ପ୍ରଭାତୀ ବଳ, ପୁଷ୍ପଲତା ପାତ୍ର, ଦୟାନିଧି ପଲେଇ, ଉମାକାନ୍ତ ଜେନାମଣୀ, ବାବୁଲି ପୂର୍ତ୍ତି, ହିନ୍ଦୁ ଜାମୁଦା, ସୁନାରାମ ଗାଗରାଇ, ଅଜୟ ବେହେରା, ପ୍ରଭାତ ସାମନ୍ତ, ସମୀର ପାତ୍ର, ବିରକିଶୋର ସାହୁ, ବାଙ୍କନିଧି ଜେନା, ଦାମୋଦର ପୁହାଣ, ଗୁଣମଣି ସା, ମଦନ ମୋହନ ଖୁଣ୍ଟିଆ, ହରି ପାଣିଗ୍ରାହୀ, ରଞ୍ଜନ କୁମାର ଧୀର, ପବିତ୍ର ଜେନା, ଅଜୟ ମଲ୍ଲିକ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।