ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

 ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀସ୍ଥିତ ଡ ହରେକୃଷ୍ଣ ମହତାବ ଡିଗ୍ରୀ ମହାବିଦ୍ୟାଳୟରେ ୮ଦିନିଆ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦ୍ଘାଟିତ ହୋଇ ଯାଇଛି । ଉଦଘାଟନୀ ସଭାରେ ଅଧ୍ୟକ୍ଷ ଗଗନ ବିହାରୀ ରାଉତ ପୌରହିତ୍ୟ କରିବା ଅବସରରେ ନାରୀ ସୁରକ୍ଷା ପାଇଁ ଏଭଳି କଳାର ନିହାତି ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ । ଶିବିରର ସଂଯୋଜିକା ଅଧ୍ୟାପିକା ମାଳତୀଲତା ହାତୀ, ପ୍ରଶିକ୍ଷିକା ମନୋରମା ରାଉତ,ପ୍ରାଧ୍ୟାପିକା ଫୁଲମଣି ଦେଇ, ଅଧ୍ୟାପିକା କବିତା ବଳବନ୍ତରାୟ ଓ ଡ ଆଭାରାଣୀ ବଳ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରିଥିଲେ । ଏଥିରେ ୧୫୦ରୁ ଉର୍ଦ୍ଧ ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି ।