ସାଂସଦଙ୍କୁ ଭେଟିଲେ ବିଜେପି ପ୍ରତିନିଧି

 ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସମସ୍ୟା ନେଇ ଦାବି ଜଣାଇଛନ୍ତି ବିଜେପି ପ୍ରତିନିଧିଦଳ । ନରସିଂହପୁର ସରପଞ୍ଚ ଦିପ୍ତିମୟୀ ପରିଡାଙ୍କ ନିଦେ୍ର୍ଦଶରେ ବିଜେପି ନେତା ସୁଶୀଲ ପରିଡା ଓ ଶିକ୍ଷାବିତ ଗିରିଜା ଶଙ୍କର ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ ଠାରେ ଭେଟି କେନ୍ଦ୍ରାପଡ଼ା ଠାରେ ମେଡିକାଲ କଲେଜ ପ୍ରତିଷ୍ଠା, ପଟ୍ଟାମୁଣ୍ଡାଇରେ ଖୋଲା ପାଠାଗାର ନିର୍ମାଣ, ପଟ୍ଟାମୁଣ୍ଡାଇ ବଜାର ଠାକୁରାଣୀ ନିକଟ କେନାଲ ଉପରେ ଦ୍ୱିତୀୟ ପୋଲ ନିର୍ମାଣ, ନରସିଂହପୁର -ସିମୁଳିଆ ପୋଲ ନିର୍ମାଣ, ୧୫ନଂ କେନାଲ  ପୁନଃରୁଦ୍ଧାର ସହ କେନାଲ ଉପରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ, ନରସିଂହପୁର ପଂଚାୟତ ଅଇନିପଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣ, ଅଠରବାଟିଆ ପ୍ରାଣୀ ଚିକିସôାଳୟ ଗୃହ ନିର୍ମାଣ ଆଦି ବିଭିନ୍ନ ଦାବ । ସମ୍ପର୍କରେ ଆଲୋଚନା କରିବା ସହିତ ଏହି ସମସ୍ତ ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।