କୃଷି ରଥ ଶୁଭାରମ୍ଭ
ବାଲିଅନ୍ତା: ଭିଙ୍ଗାରପୁରରେ ଥିବା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବାଲିଅନ୍ତା ବ୍ଲକ୍ ଆତ୍ମା ଅଧ୍ୟକ୍ଷ ଚୈତନ୍ୟ ପାତ୍ର, ବ୍ଲକ କୃଷି ଅଧିକାରୀ ସ୍ତିଥପ୍ରଜ୍ଞ ଖମାରୀ ନଡିଆ ବାଡେଇ ସବୁଜ ପତାକା ଦେଖାଇ କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାର କୃଷକଙ୍କ ହିତ ନିମନ୍ତେ ରାଜ୍ୟ କୃଷି ବିଭାଗ ବହୁ କାର୍ଯ୍ୟକ୍ରମ ଚାଲୁ କରିଛନ୍ତି । ରଥ ଓ ଲୋକନୃତ୍ୟ ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯିବ ବୋଲି ଅଧିକାରୀ ଶ୍ରୀ ଖମାରୀ କହିଛନ୍ତି । ଲୋକମାନେ ବଞ୍ଚିତ ଥିବା ବିଭିନ୍ନ ଯୋଜନା କାଳିଆ, ବଳିଆ, ବଳରାମ, ସଫଳ, ମୋ ସୁଗମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନାରୁ ବଞ୍ଚିତ ହୋଇଥିବା ଚାଷୀ କିପରି ଉପକୃତ ହେବା ସହ ପଞ୍ଜୀକୃତ କରିବେ ଓ ଚାଷ ସମ୍ବନ୍ଧୀୟ, ସାର ବିଭିନ୍ନ କିସମର ବାବଦରେ ରଥ ସଚେତନ କରାଇବା । ରଥ ଟି ୭ଦିନ ଧରି ବ୍ଲକ ପରିଭ୍ରମଣ କରିବଜ୍ଝଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି, ଭିଙ୍ଗାରପୁର ପଞ୍ଚାୟତ ସରପଞ୍ଚ ହୃଷୀକେଶ ବେହେରା, ଜିଲ୍ଲାପରିଷଦ କୁନମୁନ ଲେଙ୍କା, ମହେଶ୍ୱର ଦାସ, ସମିତିସଭ୍ୟା ଗଗନ ସାହୁ,ନାମିତ ପରିଡ଼ା, ତପନ ପରିଡ଼ା, ଅରୁଣ ଜେନା ପ୍ରମୁଖ କୃଷି ରଥ ସହ ବୁଲିଥିଲେ ।