ବୃଦ୍ଧ ନିଖୋଜ ନେଇ ଥାନାରେ ମାମଲା

ଖଇରା:  ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମିରିପୁର ଖଇରା ଗ୍ରାମର ଭାଗବତ ଶିଅଳ(୬୫)ଘରୁ ନିଖୋଜ ହେବା ନେଇ ପରିବାର ଲୋକ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଣେ କୃଷକ ଭାବେ ନିଜ ପରିବାର ପୋଷଣ କରୁଥିବା ଭାଗବତ ଗତ ୩ଦିନ ତଳେ କୌଣସି କାମରେ ବାହାରକୁ ଯାଇ ଆଉ ଫେରି ନାହଁନ୍ତି । ସମ୍ପର୍କୀୟ ଓ  ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି ପରେ ମଧ୍ୟ ପତ୍ତା ନ ମିଳିବାରୁ ପରିବାର ଲୋକେ ବାଧ୍ୟ ହୋଇ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କୌଣସି ବ୍ୟକ୍ତି ତାଙ୍କର ସନ୍ଧାନ ପାଇବା ମାତ୍ରେ ୮୯୧୭୩୮ ୯୭୮୨ନମ୍ବରରେ ଜଣାଇବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।