ଅଧ୍ୟାପକ ମନୋଜ କୁମାର ସମ୍ବର୍ଦ୍ଧିତ

 ବାଙ୍କୀ: ଯୁବ ରେଡକ୍ରସ ସଂସ୍ଥା ବାଙ୍କୀ ମହାବିଦ୍ୟାଳୟ ପକ୍ଷରୁ ପୂର୍ବତନ ଯୁବରେଡକ୍ରସ କାଉନ୍ସିଲର ତଥା ସମାଜସେବୀ ଅଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କୁ ଉପଢ଼ୋ÷କନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା ଯୋଗଦାନ କରି ଅଧ୍ୟାପକ ମହାପାତ୍ରଙ୍କୁ ତାଙ୍କର ସେବାମୂଳକ କାର୍ଯ୍ୟକ୍ରମ ଓ ରେଡକ୍ରସ୍ ସଂସ୍ଥା ସହିତ ଜଡିତ ହୋଇ ନିଜକୁ ସାମିଲ୍ କରିଥିବାରୁ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଯୁବରେଡକ୍ରସ୍  କାଉନସିଲର ଅଧ୍ୟାପିକା ସରସ୍ୱତୀ ଦେଉରୀ ଓ ଅଧ୍ୟାପକ ନିରଞ୍ଜନ ଉପାଧ୍ୟୟ ଉପସ୍ଥିତ ଥିଲେ ।