ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ଦିବସରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ରକ୍ତଦାନ ଏକ ମହତ୍ଦାନ । ରକ୍ତଦାନ ଦ୍ୱାରା ବହୁ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଉଛି । ଆମ ଜିଲାରେ ୧୨,୦୦୦ ୟୁନିଟ ରକ୍ତର ଆବଶ୍ୟକତା ରହିଛି । ଜିଲାରେ ଅଧିକ କୋଡ଼ିଏ ଶତକଡା ବ୍ଲଡ଼ ଆବଶ୍ୟକତା ରହିଛି । ସିଭିଲ ସୋସାଇଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସହଯୋଗର ଆବଶ୍ୟକତା ରହିଛି । ପ୍ରତି ସ୍ୱାସ୍ଥ୍ୟବାନ୍ ପୁରୁଷ ୩ ମାସରେ ଥରେ ଓ ମହିଳା ୪ ମାସରେ ଥରେ ରକ୍ତଦାନ କରିପାରିବେ । ଏସମ୍ପର୍କରେ ସମସ୍ତେ ସଚେତନ ହେବା ଦରକାର । ଏହି ଜାତୀୟ ରକ୍ତଦାନ ଦିବସରେ ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟର ସୁପରିଣ୍ଟେଡେଣ୍ଡ ଡ.ମନୋରମା ସ୍ୱାଇଁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଶିବାଶିଷ ମହାରଣା, ଡିଏମଓ ଡ.ନଗେନ୍ଦ୍ର ନାଥ ମହାପାତ୍ର, ବିବିଏମଓ ଡ.ପ୍ରଶାନ୍ତ କୁମାର ବିଶ୍ୱାଳ, ଡ.ସୁଜିତ୍ ମନୋହର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ବରୁଣେଶ୍ୱର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.ବଟକୃଷ୍ଣ ମହାପାତ୍ର ଓ ସିନିୟର୍ ଶିଶୁରୋଗ ବିଶେଷଜ୍ଞ ଡ.ମନୋଜ କୁମାର ସେନାପତି, ପିଆରଓ ସଭ୍ୟ ସମର ବିଜୟ ଶରଣ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୋବାଇଲ ରକ୍ତଦାନ ଯାନ ମାଧ୍ୟମରେ ରକ୍ତଦାନକୁ ଜିଲାପାଳ ଉଦଘାଟନ କରିଥିଲେ ।