ଚାରାରୋପଣ କାର୍ଯ୍ୟକ୍ରମ

 ଫୁଲବାଣୀ :  ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ଟିକାବାଲି ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।  ଗୁଞ୍ଜ ଅନୁଷ୍ଠାନଙ୍କ ଅନୁରୋଧ ଓ ଜିଲ୍ଲା ଜଙ୍ଗଲ ବିଭାଗଙ୍କ ଜରିଆରେ ବିଭିନ୍ନ ଯଥା ପିଜୁଳି, ପଣସ, ଅଁଳା, ଅମୃତଭଣ୍ଡା ଓ ଜାମୁ ଇତ୍ୟାଦି ଚାରା ବିଦ୍ୟାଳୟରେ ଲଗାଇବା ପାଇଁ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ବିଦ୍ୟାଳୟରେ ଚାରାରୋପଣ କରି ବିଦ୍ୟାଳୟ ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବା ସହିତ ଜୈବ ବିଭିଧତାର ସନ୍ତୁଳନ ରକ୍ଷା କରିବା ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମାଜରେ ପଡୁଥିବା କୁପ୍ରଭାବକୁ ରୋକିବା । ଏହି ପରିପ୍ରେକ୍ଷୀରେ ବଡିମୁଣ୍ଡା, ପିକରଡି ଓ କଟିମାହା ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨୦୦ରୁ ଅଧିକ ଚାରା ଗଛ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଗିରିଶଚନ୍ଦ୍ର ସାମଲ, ସ୍ୱଧର୍ମ ରାଉତ, କୁସ ସାନସେଠ୍, ଅନନ୍ତ ଚରଣ ମଲ୍ଲିକ, ଦିପେସ ମହାକୁଡ ପ୍ରମୁଖ ସହଯୋଗ କରିଥିବାବେଳେ ପ୍ରଧାନ ଶିକ୍ଷକ ନନ୍ଦକିଶୋର ବେହେରା, ସୁନିଲ କୁମାର ମହୁନି ଓ ମଧୁସୁଦନ ବେହେରା ଏବଂ ବିଦ୍ୟାଳୟର ଇକୋ କ୍ଲବ୍ ଶିକ୍ଷକ ଶ୍ରାବଣୀ ପଟ୍ଟନାୟକ, ଜିତେନ୍ଦ୍ର କୁମାର ମଲ୍ଲିକ ଓ ସହାକାରୀ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଣତୀ ସାହୁ, ରଞ୍ଜିତ୍ କହଁର, ମାନଭଞନ ଦିଗାଲ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ ।  ଆଗାମୀ ଅଗଷ୍ଟ ମାସ ମଧ୍ୟରେ ଟିକାବାଲୀ ବ୍ଲକ୍ର ଅନ୍ୟ ଅଞ୍ଚଳରେ ମଧ୍ୟ ଏହିପରି ଚାରାରୋପଣ କାର୍ଯ୍ୟକ୍ରମ ହେବ ବୋଲି ସଂପାଦକ ହରି ଶଙ୍କର ରାଉତ ସୂଚନା ଦେଇଛନ୍ତି ।