ଜନଶକ୍ତି ପାର୍ଟି ପକ୍ଷରୁ ଶୋକ ସଭା

 ପଟ୍ଟାମୁଣ୍ଡାଇ : ଓଡିଶାର ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଶିଷ୍ଟ ସାହିତି୍ୟକ ରମାକାନ୍ତ ରଥ ଓ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଜନଶକ୍ତି ପାର୍ଟି ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି  । ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସୁଧୀର ଦାସ, ଅଶୋକ ରାଉତ, ରମାକାନ୍ତ ମାହାଳି, ସୁବାଷ ସାହୁ, ପୀତବାସ ଦାସ ନାରାୟଣ ମଲିକ ପ୍ରମୁଖ ଯୋଗ ଦେଇ ଡ଼ ରମାକାନ୍ତ ରଥ ଓ ଦେବେନ୍ଦ୍ର ଶର୍ମାଙ୍କ କର୍ମମୟ ଜୀବନ ଓ ଓଡିଶା ବିକାଶ କ୍ଷେତ୍ରରେ ଅବଦାନ ସମ୍ପର୍କରେ ଆଲୋକପାତ କରି ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  । ଶେଷରେ ପ୍ରଦୀପ ଦାଶ ଧନ୍ୟବାଦ ଦେଇଥିଲେ  ।