ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା
ଅନୁଗୁଳ: ଓଡିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ରାଜସ୍ୱ ବିଭାଗର ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ । ବୈଠକରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଉପସ୍ଥିତ ଥିଲେ । ବୈଠକରେ ପ୍ରାରମ୍ଭରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସ୍ୱାଗତ ଭାଷଣ ଦେବା ସହ ଉପସ୍ଥିତ ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାସ୍ତରୀୟ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ ଭୂମିହୀନଙ୍କ ନିମନ୍ତେ ଉଦ୍ଦିଷ୍ଟ ବସୁନ୍ଧରା ଯୋଜନା,ଜଙ୍ଗଲ ଜମି ପଟ୍ଟା ଯୋଜନା,ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ବିଦ୍ୟାଳୟଗୁଡିକୁ ଜମି ଆବଣ୍ଟନ,ବିଭିନ୍ନ ରାଜସ୍ୱ ସେବା ଯଥା - ଜାତି, ଆବାସିକ, ଆୟ, ଊତ୍ତରାଧିକାରୀ ପ୍ରମାଣ ପତ୍ର ଏବଂ ଜମି ଜମା ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଫୁଖାନୁ୍ୟଫୁଖ ଭାବେ ସମୀକ୍ଷା କରିଥିଲେ ।ଏହି ଅବସରରେ ସେ ପ୍ରକୃତ ଭୂମାହୀନଙ୍କୁ ଚିହ୍ନଟ କରି ଜମି ପଟ୍ଟା ପ୍ରଦାନ କରିବା ସହ ସରକାରୀ ଜମିର ଜବର ଦଖଲକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହା ସହ ସେ ଜିଲ୍ଲାରେ ଥିବା ରେଳ ପ୍ରକଳ୍ପ ଯଥା ତାଳଚେର-ବିମଳାଗଡ, ବୁଢାପଙ୍କ-ଜରପଡା, ତାଳଚେର -ଅନୁଗୋଳ ନୂତନ ରେଳ ଲାଇନ୍ ଇତ୍ୟାଦିର ଜମି ଅଧିଗ୍ରହଣ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଚଳିତ ମାସ ୨୭ ତାରିଖରୁ ଜିଲ୍ଲାରେ ଆରମ୍ଭ ହେଉଥିବା ଖରିଫ ଧାନ କ୍ରୟ ପ୍ରକ୍ରିୟାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଅନୁଗୋଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଆଠମଲ୍ଲିକ ଉପଜିଲ୍ଲାପାଳ ଦିଲ୍ଲୀପ ବେହେରା, ପାଳଲହଡା ଉପଜିଲ୍ଲାପାଳ ସୁଶାନ୍ତ ପତି, ଆଇଏଏସ୍ ପ୍ରୋବେସନରୀ ତେଜସ୍ୱିନୀ ବେହେରା, ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ, ଜିଲ୍ଲା ଯୋଗାଣ ଅଧିକାରିଣୀ ସ୍ମିତା ନାୟକ, ଅନୁଗୋଳ ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀ ଦୁଖୁଆ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ ।