ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ


 ଯାଜପୁର ଟାଉନ : ରବିବାର ଭାରତୀୟ ଜନତା ପାର୍ଟି ତରଫରୁ ଡଃ ଶ୍ୟାମା ପ୍ରଶାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଜିଲା ସଭାପତି ଗୌତମ ରାୟଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଜିଲା ସାଧାରଣ ସଂପାଦକ ସୁଦିପ୍ତ କୁମାର ପଣ୍ଡା, ମଣ୍ଡଳ ସଭାପତି ସୁରେଶ ରାଉତ, ମନ୍ମଥ ବରାଳ, ଜିତାମିତ୍ର ଦାସ, ସଞ୍ଜୟ ସିଂ ପ୍ରମୁଖ ମଞ୍ଚାସିନ ଥିଲେ । ଜିଲାସଭାପତି ଶ୍ରୀ ରାୟ ଆଶୁତୋଷ ମୁଖାର୍ଜୀଙ୍କ ସୁପୁତ୍ର ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଓ ତାଙ୍କ ରାଷ୍ଟ୍ରବାଦ ଆଦର୍ଶ ଦେଶ ପାଇଁ ତାଙ୍କ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ତାଙ୍କ ଆଦର୍ଶରେ ଭାରତର ଜଶସ୍ୱି ପ୍ରଧାନମନ୍ତ୍ରୀ ଜାମୁ, କାଶ୍ମିରରୁ ୩୭୦ ଓ୩୫(କ)ଧାରାକୁ ଅପସାରଣ କରି ତାଙ୍କ ଦ୍ୱାରା ଦିଆଯାଇଥିବା ନାରା ‘ଏକ ଦେଶ ମେ ଦୋ ବିଧାନ ଦୋ ପ୍ରଧାନ ନେହିଁ ଚଲେଗା’କୁ ସାର୍ଥକ କରନ ତାଙ୍କ ପ୍ରତି ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ବଳିଦାନ ଦିବସରେ ସୁଧାଂଶୁ ବେହେରା, ମହେନ୍ଦ୍ର ରାଉତ, ପ୍ରଶାନ୍ତ ଲାନି, ମହେଶ୍ୱର ଦାସ, କେଶବ ମିଶ୍ର, ରଜନୀକାନ୍ତ ପଣ୍ଡା, ଉପେନ୍ଦ୍ର ପଣ୍ଡା, ନିରଞ୍ଜନ ବଳ, କୁଳମଣି ପରିଡା, ଶ୍ରୀଧର ବିଶ୍ୱାଳ, ଅନିଲ ମହାପାତ୍ର, ତପନ ନନ୍ଦ, ଜିତେନ୍ଦ୍ର ବେହେରା, ରମେଶ ଦାସ, ରଶ୍ମି ସାହୁ, ବିଜୟ ଜେନା, ବିକ୍ରମ ପହି, ସନ୍ତୋଷ ନନ୍ଦ, ଗୌରାଙ୍ଗ ଘଡେଇ, ବିଶ୍ୱଜିତ୍ ବରାଳ, ହୃଷିକେଶ ମେକାପ, ପ୍ରଫୁଲ୍ଲ ସାହୁ, ରାଜେ