ଜଙ୍ଗଲ ଜମି ଅଧିକାର କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ମାଲକାନଗିରି : ଉଡୁଲିବେଢା ପଞ୍ଚାୟତ ସ୍ଥିତ ପେଦାଗୁଡା ଗ୍ରାମର ଜଙ୍ଗଲ ଜମି ଅଧିକାର କମିଟି ପକ୍ଷରୁ ଜଙ୍ଗଲ ପରିଚାଳନା ଓ ଲଘୁ ବନଜାତ ସାମଗ୍ରୀ ବିକ୍ରୟ ନିମନ୍ତେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟି ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପେଦାଗୁଡା ଜଙ୍ଗଲ ଜମି ଅଧିକାର କମିଟିର ସଭାପତି ସମରା ନାୟକ, ସମ୍ପାଦକ ଭକ୍ତ ରାମ ପୂଜାରୀଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ସଦସ୍ୟାମନେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସି ଗୋଷ୍ଠୀ ଜଙ୍ଗଲ ପରିଚାଳନା ନିମନ୍ତେ ଦରଖାସ୍ତ ଦେବା ସହ ସମସ୍ତ ନଥିପତ୍ର ମଧ୍ୟ ଦାଖଲ କରିଥିଲେ । ଗ୍ରାମ ସଭାରେ ଗୋଷ୍ଠୀ ଜଙ୍ଗଲ ସମ୍ୱଳ ପରିଚାଳନା କମିଟି ଦ୍ୱାରା ଦସ୍ତାବିଜ ଓ ଗ୍ରାମ ସଭାର ବିବରଣୀ ଜମା/ପ୍ରେରଣ କରାଯାଇଅଛି, ଯାହା ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ସଂଶୋଧିତ ନିୟମାବଳୀ ୨୦୧୨ ଅନ୍ତର୍ଗତ ଭାରତ ସରକାରଙ୍କର ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗୋଷ୍ଠୀ ଜଙ୍ଗଲ ସମ୍ୱଳ ପରିଚାଳନା ମାର୍ଗଦର୍ଶିକା ଅନୁଯାଇ ହୋଉଛି । ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନ୍ତର୍ଗତ ଧାରା ‘୫' ର ପ୍ରାବଧାନକୁ ସଠିକ ଭାବରେ ଲାଗୁ କରିବା ପାଇଁ ନୋଟିସର ନକଲ ଗ୍ରାମ ସଭା ଦ୍ୱାରା ଅନୁମୋଦିତ ପରିବହନ ପର୍ମିଟର ନକଲ ଦାଖଲ କରି ଜଙ୍ଗଲ ଜାତ ଲଘୁବନଜାତ ସାମଗ୍ରୀ ଯଥା ମହୁଲ, ଟୋଲ, କେନ୍ଦୁପତ୍ର ବିକ୍ରୟ ନିମନ୍ତେ ଅନୁମତି ପ୍ରଦାନ ନିମନ୍ତେ ଦରଖାସ୍ତ ଦେଇଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
