ଜମିବାଡି ବିବାଦକୁ କେନ୍ଦ୍ରକରି ନୃଶଂସ ହତ୍ୟା
ତିହିଡ଼ି/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ଛତ୍ରପଦାରେ ଏକ ଜଘଣ୍ୟ ହତ୍ୟାକାଣ୍ଡ ଘଟିଛି । ଜମିବାଡି ବିବାଦକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ନଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ବରଂ ଚୋରା କୋଇଲା ·ଲାଣରେ ମୃତକ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ପିଟିପିଟି ଜୀବନରୁ ମାରି ଦେଇଥିବା ଥାନାରେ ଏତଲା ହୋଇଛି । ମୃତକ ଛତ୍ରପଦା ଗାଁର ଅବନୀ କୁମାର ନାୟକ(୪୬) ବୋଲି ଜଣାଯାଇଛି । ମୃତକଙ୍କ ସ୍ତ୍ରୀ ସରୋଜିନୀ ନାୟକଙ୍କ ଏତଲା କ୍ରମେ ଥାନାରେ ସଂଗୀନ ଦଫା ୩୩୨(ଏ), ୧୦୩(୧) ଓ ୩(୫)ରେ ଏକ ମାମଲା ୪୫/୨୫ ରୁଜୁ କରାଯାଇଛି । ସାଇଣ୍ଟିଫିକ୍ ଜରିଆରେ ତଦନ୍ତ କରିବା ପରେ ଶବର ପଞ୍ଚନାମା କରାଯିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ମୃତକଙ୍କ ସ୍ତ୍ରୀ ସରୋଜିନୀ ନାୟକଙ୍କ ଏତଲା ତଥା ବୟାନ ଅନୁଯାଇ, ଚୋରା କୋଇଲା ·ଲାଣର ଗନ୍ତାଘର ସାଜିଛି ଛତ୍ରପଦା । ପୁଲିସର ସଲାସୁତୁରାରେ ସଞ୍ଜ ନଇଁଲେ ·ଲେ ଚୋରା କୋଇବା ବେପାରର ଆସର । ଅଧିକାଂଶ ଲୋକେ ଏହି ଘୃଣ୍ୟ ବୃତ୍ତିରେ ସାମିଲ ହୋଇଥାନ୍ତି । ମାତ୍ର ମୃତକ ଅବନୀ ସେମାନଙ୍କୁ ପ୍ରତିବାଦ କରି ଆସୁଥାନ୍ତି । ଏହାରି ମଧ୍ୟରେ ମୃତକଙ୍କ କକା ସ୍ୱର୍ଗତ ଦାଶରଥି ନାୟକଙ୍କ ଦୁଇ ପୁଅ ଓ ଦୁଇ ନାତିଙ୍କ ସହିତ ଜମିବାଡିକୁ କେନ୍ଦ୍ରକରି ବିଭିନ୍ନ ସମୟରେ ମାରଧର କରିବା ସହ ଘରେ ରଖେଇ ଦେଉନଥିଲେ । ସ୍ତ୍ରୀ ଓ ୧୧ ବର୍ଷିୟ ଝିଅର ସୁରକ୍ଷା ଦୃଷ୍ଟିରୁ ଅବନୀ ଗତ ମାସ ସେମାନଙ୍କୁ ନିଜ ଶ୍ୱଶୁର ଘରେ ଛାଡି ଦେଇ ଆସିଥିଲେ । ଅବନୀ ଗାଁରେ ରୁହଁନ୍ତି ।
ଅପରପକ୍ଷ ମିଳିତଭାବେ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରି ଆସୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ୱଶୁର ଘର ଲୋକଙ୍କ ଠାରୁ ଫୋନ୍ କଲ୍ ପାଇ ଘରକୁ ଆସିଥିଲେ । ଘରର ଦୁଆର ଆଗରେ ରକ୍ତ ଛିଟା ପଡିଛି ଏବଂ ଘରଟି ବାହାର ପଟୁ ବନ୍ଦ ରହିଛି । ଘର ଭିତରେ ଖଟ ତଳେ ଅବନୀଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବାର ସେ ଦେଖିବାକୁ ପାଇଥିଲେ । ଅମୁଲ୍ୟ ନାୟକଙ୍କ ସମେତ ତାଙ୍କ ଦୁଇ ପୁଅ ଶ୍ରୀକାନ୍ତ ନାୟକ ଓ ଚିଣ୍ଟୁ ନାୟକ ଏବଂ ରମାକାନ୍ତ ନାୟକଙ୍କ ଜ୍ୱାଇଁ ଚନ୍ଦ୍ରକାନ୍ତ ମାଝୀ ପ୍ରମୁଖ ସଂଘବଦ୍ଧ ଭାବେ ଅବନୀଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ସରୋଜିନୀ । ରାତିରେ ଚୋରା କୋଇଲା କାରବାରରେ ଅବନୀ ପ୍ରତିବାଦ କରିଥିବାରୁ ତାଙ୍କୁ ଏପରି ହତ୍ୟା କରାଯାଇଥିବା ସେ ଦୃଢୋକ୍ତି ସହ ପ୍ରକାଶ କରିଛନ୍ତି । ଘଟଣାକୁ ନେଇ ପୁଲିସ ବିବାଦରେ ଛନ୍ଦି ହୋଇଯାଇଛି । କୌଣସି ହତ୍ୟାକାରୀଙ୍କୁ ପୁଲିସ ଧରିନଥିବା ବେଳେ ଗତକାଲିର କୌଣସି ଏକ ଗଣ୍ଡଗୋଳରେ ଗାଁର ଦୁଇ ଜଣ ଗୁରୁତର ଏବଂ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଶ୍ରୀକାନ୍ତ ନାୟକ ଓ ଚିଣ୍ଟୁ ନାୟକ ଗୁରୁତରଭାବେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ସେମାନଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି ଏବଂ ରମାକାନ୍ତ ନାୟକ ଭଦ୍ରକରେ ଚିକିତ୍ସାଧିନ ଥିବା କୁହାଯାଉଛି । ଏହି ଘଟଣାରେ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଘଟଣାର ଆମୂଳଚୂଳ ତଦନ୍ତ ଆରମ୍ଭ ହୋଇଛି । ହତ୍ୟାକାଣ୍ଡର ଘଟଣାର ତଦନ୍ତରେ ଅତିରିକ୍ତ ଏସପି ଅରୁପ ଅଭିଷେକ ବେହେରାଙ୍କ ସମେତ ବାଂଶଡା ଥାନାଧିକାରୀ ମହମ୍ମଦ ହାପିଜ୍ ଏବଂ ପୀରହାଟ ଥାନାର ଏସଆଇ ସୁପ୍ରକାଶ ମହାନ୍ତି ଓ ଅନ୍ୟମାନେ ସାମିଲ ହୋଇଥିଲା ।