ଜଳ ନଷ୍ଟକୁ ବିରୋଧ କରିବାକୁ ଆକ୍ରମଣ, ୪ ଗିରଫ


ଭୁବନେଶ୍ୱର:  ଜଳ ଅପଚୟକୁ ବିରୋଧ କରବାରୁ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଇନଫୋସିଟି ଥାନା ପୁଲିସ ୪ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଡମ୍ବାର ନେହୁର ମହାନ୍ତି, ଅନୁଗୁଳର ଉଗ୍ରସେନ ମେଣ୍ଡୁଳି, ଜଗତସିଂହପୁରର ହୃଦାନନ୍ଦ ଭୋଇ ଓ କଟକର ଅଭିଷେକ ପାତ୍ର । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଗତ ତା ୦୭.୦୮.୨୦୨୪ ରିଖ ରାତି ପ୍ରାୟ ୧୦ରେ ଶିଖରଚଣ୍ଡୀ ପାହାଡରେ ମୁଖ୍ୟ ଫାଟକରେ ନିଯୋଜିତ ହୋଇଥିବା ସୁରକ୍ଷାକର୍ମୀମାନେ ସେଠାରେ ଥିବ ଜଳକୁ ବେପରୁଆ ଭାବରେ ବ୍ୟବହାର କରୁଥିଲେ । ଏହା ଦେଖି ଅଭିଯୋଗକାରୀ ଯଶୋବନ୍ତ ବେହେରା ସେମାନଙ୍କୁ ସଠିକ୍‌ ଭାବରେ ଜଳକୁ  ବ୍ୟବହାର କରିବାକୁ ଏବଂ ଅନାବଶ୍ୟକ ଭାବରେ ନଷ୍ଟ ନକରିବାକୁ କହିଥିଲେ । ଯାହାଫଳରେ ପାହାଡ ପାର୍ଶ୍ୱରେ ହୋଇଥିବା ବୃକ୍ଷରୋପଣ ଯଥେଷ୍ଟ ଜଳ ପାଇପାରିବେ  ।

ଗତକାଲି ତା ୦୮.୦୪.୨୦୨୪ ରିଖ ସନ୍ଧ୍ୟା ସମୟରେ ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରୀ ସ୍ଥାନୀୟ ବଜାରକୁ ଯାଇଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେଇଥିଲେ ଏବଂ ରାତିପ୍ରାୟ ୧୦ଟରେ ଅଭିଯୋଗକାରୀ ତାଙ୍କର ଟେ କୁ ଫେରିବା ପରେ ଅଭିଯୁକ୍ତ ମାନେ ମିଳିତ ଭାବରେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିଥିଲେ ଏବଂ ଅଶ୍ଳୀଳ ଭାଷା ବ୍ୟବହାର କରିବା ସହିତ ତାଙ୍କୁ ଜୀବନରେ ହତ୍ୟା କରିବାକୁ ଧମକ ଦେଇଥିଲେ । ଫଳସ୍ୱରୂପ ସେ ଗୁରୁତର ଆହତ ହୋଇଥିଲେ ଓ ହସ୍ପିଟାଲ ରେ ଚିକିତ୍ସିତ ହୋଇଥିଲେ । ଏହି ମାମଲାର ତଦନ୍ତ କରି ଇନ୍‌ଫୋସିଟି ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲେ  । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ ।