ବାଇକରୁ ପଡି ବୃଦ୍ଧ ମୃତ
କବାଟବନ୍ଧ : ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ପଂଚାୟତ ନୂଆ ସାହି ଗ୍ରାମର ମାଧବ ବେଜ (୭୦)ଙ୍କ ଦୁର୍ଘଟଣାରେ ମୃତୁ୍ୟ ଘଟିଛି । ଖବର ମତେ ମାଧବ ଅପରାହ୍ନରେ କଟକରୁ ଘରକୁ ଫେରୁଥିବା ବେଳେ ବଡ଼ଚଣା ନିକଟରେ ଭାରସ୍ୟାମ ହରାଇ ବାଇକରୁ ତଳକୁ ଖସିପଡ଼ି ରାସ୍ତା କଡରେ ଥିବା ଲୁହା ବ୍ୟାରିକେଡ଼ରେ ପଡିଯାଇଥିଲେ । ତାଙ୍କର ବେକ, ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ମେଡିକାଲରେ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତାଙ୍କର ମୃତୁ୍ୟ ଖବର ପାଇ ସ୍ଥାନୀୟ ସରପଂଚ ରବୀନ୍ଦ୍ର ସେନାପତି, ସମାଜସେବୀ ଗଜେନ୍ଦ୍ର ପାତ୍ର ସମେତ ଅନେକ ଶେଷ ଦର୍ଶନ କରିଥିଲେ ।