ଜଳ ଯୋଗାଣ ସମସ୍ୟା ନେଇ ଜିଲ୍ଲାପାଳଙ୍କ ବୈଠକ

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଜଳ ଯୋଗାଣ ସମସ୍ୟାର ସମାଧାନ ନେଇ ଏକ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି । ଖଡିଆଳ ବ୍ଲକ୍ର ୨୬ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀ ଏଥିରେ ଯୋଗ ଦେଇଥିଲେ ।  ଜିଲ୍ଲାପାଳ  ପଞ୍ଚାୟତର ପାନୀୟ ଜଳ ସମସ୍ୟା ସରପଞ୍ଚ ତଥା ଜନ ପ୍ରତିନିଧିମାନଙ୍କ ମୁହଁରୁ ଶୁଣିବାକୁ ଚାହିଁଥିଲେ । ପଞ୍ଚାୟତରେ ଥିବା ସମସ୍ତ ଜଳଯୋଗାଣ ପ୍ରକଳ୍ପ ଓ  ନଳକୂପଗୁଡ଼ିକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଏବଂ ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହର ତଥା ସମସ୍ତ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥାର ଉତ୍ତମ ପରିଚାଳନା ପାଇଁ ଜିଲ୍ଲାପାଳ ପ୍ରଶାସନ ତଥା ଜନ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଖଡିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବିଡ଼ିଓ ନରସିଂହ ଗଡବା, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଂଜନ ବେହେରା, ମାଲ୍ୟବନ୍ତ ସୁନା, ତନୟା ଶବର ପ୍ରମୁଖ ଯୋଗ ଦେଇଥିଲେ ।