‘ମନ୍ କି ବାତ୍’ କାର୍ଯ୍ୟକ୍ରମ

 ବୈତରଣୀ ରୋଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ୧୨୩ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ବୈତରଣୀ ମଣ୍ଡଳ ପକ୍ଷରୁ ବରୁଣ୍ଡେଇ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଆକାଶ ଦାସ ନାୟକଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳଙ୍କ ତତ୍ୱାବଧାନରେ ଦଳୀୟ କର୍ମୀ ଏକତ୍ରିତ ହୋଇ ମୋଦିଙ୍କ ବାର୍ତ୍ତା ଶ୍ରବଣ କରିଥିଲେ । ମୋଦିଙ୍କ ବାର୍ତ୍ତା ଅନୁଯାଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ଯୋଗ ଏକ ନାରା ନୁହେଁ ଯୋଗ ୧ଲକ୍ଷ ହେବା ନେଇ ସଂକଳ୍ପ ନେବା ଦେଶ ବାସୀଙ୍କ ଉଦେ୍ଦଶ୍ୟରେ କହିଥିଲେ । ବିକଶିତ ଭାରତ ଗଢ଼ିବା ଲକ୍ଷ୍ୟରେ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏହା ବର୍ଣ୍ଣନା କରିଥିଲେ । ଏଥିରେ ମୂଖ୍ୟ ବିଜେପି ବୈତରଣୀ ମଣ୍ଡଳ ସଭାପତି, ଆଲୋକ କୁମାର ମଲ୍ଲିକ, ପୂର୍ବତନ ସରପଞ୍ଚ ଉଦୟ ନାଥ ପରିଡ଼ା, ଅଭିମନୁ୍ୟ ସେଠୀ, ବଟକୃଷ୍ଣ ମହାପାତ୍ର, ବସନ୍ତ ପତ୍ରୀ, ଅକ୍ଷୟ ମହାଳିକ, ସୁରଜିତ ସାହୁ, ସେକ୍ ଜଗୁ, କାର୍ତ୍ତିକ ଦାସ, ଜ୍ୟୋତିପ୍ରଭା ସାହୁ, ଅକତାର ହୋସେନ୍, ଅଜୟ ଜେନା, ପ୍ରକାଶ ମଲ୍ଲିକ, ଲୋକନାଥ ଜେନା, ଗୋପାଳ ଜେନା ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।