ସାଂସଦଙ୍କ ହସ୍ତକ୍ଷେପ ପରେ ଖନନ ହେଲା ନୂତନ ନଳକୂପ 

 ପାପଡାହାଣ୍ଡି : ଦୀର୍ଘଦିନ ହେଲା ନଳକୂପ ନ ଥିବା ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଂଚାୟତର  କଳାଭାଟି ଗୁଡା ଗ୍ରାମବାସିନ୍ଦା । ପାଣି ପାଇଁ ଅନେକ ଥର ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ନଳକୂପଟିଏ ଖନନ  ହୋଇପାରିନଥିଲା । ଫଳରେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ ଉକ୍ତ  ସାହି ବାସିନ୍ଦା । ଅନ୍ୟ ସାହି ଉପରେ ଥିବା ନଳକୂପ ଉପରେ ସାହିବାସିନ୍ଦା ଭରସା କରି ପାଣି ପାଉଥିଲେ । ପରେ ନୂତନ ନଳକୂପ ପାଇ ସାହି ବାସିନ୍ଦା ସାଂସଦ ବଳଭଦ୍ର ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ମାଝୀଙ୍କ ନିଦେ୍ର୍ଦଶକ୍ରମେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ପାପଡାହାଣ୍ଡି ବ୍ଲକ  ମାଝୀଗୁଡା ପଂଚାୟତ କଲାଭାଟିଗୁଡା ସାହିରେ ଏକ ନୂତନ ନଳକୂପଟିଏ ଖନନ କରିଛନ୍ତି । ଯାହାକୁ ନେଇ ସାହି ବାସିନ୍ଦା ସାଂସଦ ବଳଭଦ୍ର ମାଝୀଙ୍କୁ ଧନ୍ୟବାଦ୍ ଦେବା ସହ ବେଶ୍ ଖୁସି ପ୍ରକଟ କରିଛନ୍ତି ।