ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ
ବଡ଼ସାହି: ସ୍ଥାନୀୟ ବଡ଼ସାହି ବଜାର ବାସିନ୍ଦା ତଥା ବଡ଼ସାହି ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମୋହନ ବେହେରାଙ୍କ ପରଲୋକ ଘଟିଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ ।୧୯୭୭ ମସିହାରେ ସେ ସ୍ଥାନୀୟ ବଡ଼ସାହି ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଗତ ୨୦୧୩ ମସିହାରେ ସେ ଉକ୍ତ ସ୍କୁଲରୁ ଅବସର ଗ୍ରହଣ କରିଥିଲେ ।୨୦୦୯ ରୁ ୨୦୧୩ ପର୍ଯ୍ୟନ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କ ବିୟୋଗରେ ବଡ଼ସାହି ଗ୍ରାମ ସହିତ ସ୍ଥାନୀୟ ହାଇସ୍କୁଲରେ ଶୋକ ପ୍ରକାଶ ପାଇଛି । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ଧର୍ମପନôୀ,୨ ପୁଅ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।