ବାର୍ଷିକ ଉସବ ମହା ଆଡମ୍ବର ସହକାରେ ପାଳିତ
ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ବ୍ଲକ ବିଲେଇ ସର୍ଡା ଗ୍ରାମରେ ଥିବା ଭାରତୀୟ ବିଦ୍ୟା ନିକେତନ ର ବାର୍ଷିକ ଉସôବ ମହା ସମାରୋହରେ ଆୟୋଜିତ ହୋଇଯାଇଛି ।ତେବେ ଭାରତୀୟ ବିଦ୍ୟା ନିକେତନ ପ୍ରତିଷ୍ଠାତା ଶଶିକଳା ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ଉସôବର ସଭାପତି ଦେବାଶିଷ କୁମାର ବାବୁଙ୍କ ସଭା ପତିତ୍ୱ ସଭାରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଅଧକ୍ଷ ସରୋଜ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ପୁଇଁତଲା ଗୋଷ୍ଠୀ ଶିକ୍ଷାଧି କାରୀ ଲୋକନାଥ ସୁନା ବିଲେଇ ସର୍ଡÿା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ଛତ୍ରିଆ ବ୍ୟଙ୍ଗ କବି ଅଚୁ୍ୟତ ପୁରୋହିତ ଭାରତୀୟ ବିଦ୍ୟା ନିକେତନ ସ୍କୁଲ ସଭାପତି ପ୍ରଫୁଲ୍ଲ ଭୋଇ ସ୍କୁଲର ପ୍ରତିଷ୍ଠାତା ଶ୍ରୀମତି ଶଶିକଳା ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ୧୨ ତମ ବାର୍ଷିକ ଉସôବରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କୁ ନେଇ ଛାତ୍ର ଛାତ୍ରୀଙ୍କ ଜୀବନରେ ଅନେକ ମହତ୍ବାଣୀ ଉଦେ୍ଦଶ୍ୟରେ ନିଜ ମତ ବ୍ୟକ୍ତ କରିଥିଲେ । ତେବେ ବିଲେଇ ସର୍ଡା ଗ୍ରାମ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଥିବା ୧୨ ତମ ବାର୍ଷିକ ଉସôବରେ ପ୍ରଥମେ ବିଗ୍ନ ବିନାଶକ ଶ୍ରୀ ଗଣେଶଙ୍କ ଠାରେ ଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଛାତ୍ର ଛାତ୍ରୀ ଙ୍କ ମଧୁର ସଙ୍ଗୀତ ପରେ ଅତିଥି ବୃନ୍ଦ ବାର୍ଷିକ ଉସôବ ଛାତ୍ର ଛାତ୍ରୀଙ୍କ ଜୀବନ ଶୈଳୀରେ କି ପ୍ରକାର ଉନ୍ନତ କରିଥାଏ ତାକୁ ନେଇ ନିଜ ନିଜ ଅଭିବାଦନ ରଖିଥିଲେ । ପରେ ଛାତ୍ର ଛାତ୍ରୀଙ୍କ ନୃତ୍ୟ ସଙ୍ଗୀତ ସହ ତାଙ୍କ ମଧ୍ୟରେ ଥିବା କଳା ଫଳରେ ଦ୍ୱିଗୁଣିତ କରିଥିଲା ବିଦ୍ୟା ନିକେତନର ୧୨ ତମ ବାର୍ଷିକ ଉସôବକୁ । ଭାରତୀୟ ବିଦ୍ୟା ମନ୍ଦିର ର କୃତି ଛାତ୍ର ଛାତ୍ରୀ ଙ୍କୁ ଏହି ଅବସରରେ ପୁରସ୍କୃତ କରିଥିଲେ ଉପସ୍ଥିତ ଅତିଥି ବୃନ୍ଦ ।ତେବେ ଭାରତୀୟ ବିଦ୍ୟା ନିକେତନ ରେ ଶିକ୍ଷ୍ୟା କ୍ଷେତ୍ରରେ ପ୍ରାରମ୍ଭ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ସର୍ବମୋଟ ୧୬୦ ଜଣ ଛାତ୍ର ଛାତ୍ରୀ ରହିଛନ୍ତି । ସଚିନ୍ଦ୍ର ସାହୁ, ରୋହିତ ବିନ୍ଧାଣି,ରଞ୍ଜନ ସାହୁ, ସୁରେନ୍ଦ୍ର ବୁଡେକ୍, ରିତାଞ୍ଜଳି ବାଗ, ରୀତା ମେହେର, ସଂଗୀତା ଭୋଇ, ଚୁମକି ସାହୁ, ପୁସ୍ପିତା ପଟେଲ, ପ୍ରମୋଡ଼ିନି ଭୋଇ, ସ୍ୱରୂପା ସିଂ ଦେଓ, ତ୍ୟାଗ ନାଗ, ପଦ୍ମାଳୟା ପଧାନ ସହଯୋଗ କରିଥିଲେ ।