ମାନବଧିକାର କମିଶନରଙ୍କ ନିଦେ୍ର୍ଦଶକୁ ପ୍ରଶାସନର ବେଖାତିର: ହେଉନି ବୃକ୍ଷରୋପଣ କି ପୋଖରୀ ଖୋଳା

 ତାଳଚେର : ଶିଳ୍ପନଗରୀ ତାଳଚେର ଅଞ୍ଚଳରେ ଅତ୍ୟଧିକ ଉତ୍ତାପ ସହ ପ୍ରଚୁର ବାୟୁ ପ୍ରଦୁ୍ୟଷଣର ମାତ୍ରା ବଢୁଥିବାକୁ ନେଇ ପୂର୍ବତନ ପାଲହଡ଼ା ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ ମାନବଧିକାର କମିଶନରଙ୍କ ନିକଟରେ ଏକ କେସ୍ ଦାୟର କରିଥିଲେ । କମିଶନର ଏହାକୁ ବିଚରାକୁ ନେଇ ଜିଲ୍ଲା ପ୍ରଶାସନକୁ ତାଳଚେର ଓ ଅନୁଗୋଳ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ ସହିତ ପ୍ରତ୍ୟେକ ଗାଁରେ ପୋଖରୀ ନିର୍ମାଣ ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏହି ନିଦେ୍ର୍ଦଶନାମାକୁ ଜିଲ୍ଲା ପ୍ରଶାସନ ବେଖାତିର କରିଥିବା ଅଭିଯୋଗ ହୋଇଛି । 
୨୦୧୫ ମସିହାରେ ଶ୍ରୀ ଦାସ ତାଳଚେରର ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୫/୧୮୧୬ ନମ୍ବରରେ ଏକ ମାମଲା ମାନବଧିକାର କମିଶନରଙ୍କ ନିକଟରେ ଦାଖଲ କରିଥିଲେ । ଏହାର ଉତ୍ତରରେ ମାନବଧିକାର କମିଶନର ତାଳଚେର ଓ ଅନୁଗୋଳ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ ସହିତ ପୋଖରୀ ନିର୍ମାଣ ପାଇଁ ଜିଲ୍ଲାପାଳ ଏକ କମିଟ ଗଠନ କରିବା ସହ ଏହି କମିଟିର ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ । ଏମସିଏଲ, ଏନଟିପିସି, ନାଲକୋ, ଟିଟିପିଏସ୍ ଭଳି ରାଷ୍ଟ୍ରଉଦ୍ୟୋଗମାନେ ଏହି କମିଟିରେ ଅନ୍ତର୍ଭୁକ୍ତ ହୋଇ ଏହାର ଦାୟିତ୍ୱ ତୁଲାଇବେ । ଏହାର କୌଣସି କାର୍ଯ୍ୟକ୍ଷମ ନ ହେବାରୁ ଗତ ୧୮/୦୩/୨୦୨୫ ତାରିଖରେ ବିଧାୟକ ଗଣେଶ୍ୱର ବେହେରା ତାରକା ପ୍ରଶ୍ନ ନଂ- ୨୯୯ରେ ଏ ନେଇ ଏକ ପ୍ରଶ୍ନ ବିଧାନସଭାରେ ଉଠାଇଥିଲେ । ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଉତ୍ତରରେ ପ୍ରକାଶ କରିଥିଲେ କି, ତାଳଚେର ଉପଖଣ୍ଡର ସମସ୍ତ ଗ୍ରାମରେ ପୋଖରୀ ନର୍ମାଣ ଓ ମାତ୍ରାଧିକ ବୃକ୍ଷରୋପଣ କରାଯିବ । ଏଥିପାଇଁ ସାମାଜିକ ଦାୟିତ୍ୱବୋଧ (ସିଏସଆର) ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରାଯିବ । ମାତ୍ର ଏ ପର୍ଯ୍ୟନ୍ତ ଉପଖଣ୍ଡର କୌଣସି ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ତ ଦୂରର କଥା ଗୋଟିଏ ହେଲେ ବି କୌଣସି ଗ୍ରାମରେ ପୋଖରୀ ନିର୍ମାଣ ଆରମ୍ଭ ହୋଇପାରନଥିବା ତାଳଚେରବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ସୂଚନାଯୋଗ୍ୟ, ଖଣିଖାଦାନ ଓ ରାଷ୍ଟ୍ରାଉଦ୍ୟୋଗ ସଂସ୍ଥା ପାଇଁ ଜମିର ଆବଶ୍ୟକତା ରହୁଥିବାରୁ ଖଣି କର୍ତ୍ତୃପକ୍ଷ ଜମିଅଧିଗ୍ରହଣ କରି ସେଥିରେ ରହିଥିବା ହଜାର ହଜାର ସଂଖ୍ୟକ ବୃକ୍ଷଗୁଡ଼ିକୁ କାଟି ସଫା କରି ଦେବା ସହ ରହିଥିବା ପୁରୁଣା ଜଙ୍ଗଲ ଏବଂ ପାଣି ମାହାରା, ପୋଖରୀ ଗୁଡ଼ିକୁ ଅଧିଗ୍ରହଣ କରି ସେଗୁଡ଼ିକ ଏବେ ବିଲୋପ ହୋଇଯିବା ଯୋଗୁଁ ଗ୍ରୀଷ୍ମଋତୁରେ ୪୫ଡ଼ିଗ୍ରୀ ଉତ୍ତାପ ସହିତ କୋଇଲା ଖଣି, ବିଭିନ୍ନ ଶିଳ୍ପସଂସ୍ଥା ଓ ବହୁୁମାତ୍ରାରେ ଯାନବାହାନ ଚଳାଚଳ ହେତୁ ପ୍ରଚୁର ବାୟୁ ପ୍ରଦୁ୍ୟଷଣ ସହ ଭୟଙ୍କର ଜଳକଷ୍ଟ ସଦାସର୍ବଦା ଦେଖାଦେଉଛି । ଏଥିନେଇ ଏଠିକାର ଅଞ୍ଚଳବାସୀ ଅନେକ ମାରାତ୍ମକ ରୋଗରେ ଶୀକାର ହେଉଥିଲେ ହେଁ ଏଥିପ୍ରତି କାହାର ନିଘା ନଥିବା କୁହାଯାଉଛି । ତେଣୁ ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ସାବଧାନ ନ ହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି ।