ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ‘ଫ୍ଲାଗ ଫାଉଣ୍ଡେସନ ଡେ’ ପାଳିତ ‘ସବୁ ଘରେ ତ୍ରିରଙ୍ଗା; ସବୁଦିନ ତ୍ରିରଙ୍ଗା’

 ଯୋଡ଼ା/ଚମ୍ପୁଆ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ପକ୍ଷରୁ ‘ଫ୍ଲାଗ ଫାଉଣ୍ଡେସନ ଡେ’ ବଡ଼ବିଲ, କାଶିଆ ଓ ଟେନ୍ସା ୟୁନିଟରେ ପାଳିତ ହୋଇଯାଇଛି । ସର୍ବସାଧାରଣଙ୍କୁ ସମ୍ମାନର ସହ ମୁକ୍ତ ଭାବେ ଜାତୀୟ ପତାକା ଉଡ଼ାଇବାର ଅଧିକାର ଦେବା ପାଇଁ ଜେଏସପିର ଅଧ୍ୟକ୍ଷ ତଥା ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲଙ୍କ ଦ୍ୱାରା ଚାଲିଥିବା ଦଶନ୍ଧିର ନ୍ୟାୟିକ ସଂଗ୍ରାମକୁ ସମ୍ମାନ ଦେବା ଉପଲକ୍ଷେ ଏହି ‘ଫ୍ଲାଗ ଫାଉଣ୍ଡେସନ ଡେ’ ପାଳିତ ହୋଇଆସୁଛି । ବଡ଼ବିଲ ପେଲେଟ ପ୍ଲାଣ୍ଟ ପରିସରରେ ୟୁନିଟ ହେଡ୍ ପୁରୁଷୋତ୍ତମ ଏମଡି. ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି କାଶିଆ ଓ ଟେନ୍ସା ମାଇନ୍ସ ପରିସରରେ ୟୁନିଡ ହେଡ୍ ପ୍ରମୋଦ କୁମାର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇଥିଲେ । ଜାନୁଆରୀ ୨୩ ଏକ ବିରାଟ ଐତିହାସିକ ମୂହୁର୍ତ୍ତକୁ ସ୍ମରଣ କରାଏ; କାରଣ ୨୦୦୪ ମସିହା, ଏହି ଦିନରେ ଶ୍ରୀ ଜିନ୍ଦଲଙ୍କ ଦଶନ୍ଧିର ନ୍ୟାୟିକ ସଂଗ୍ରାମରେ ସୁପ୍ରିମକୋର୍ଟରେ ବିଜୟ ମିଳିଥିଲା । ଏହି ଐତିହାସିକ ରାୟ ସର୍ବସାଧାରଣଙ୍କ ମୁକ୍ତ ଓ ସମ୍ମାନର ସହ ଜାତୀୟ ପତାକା ଉଡ଼ାଇବାର ଅଧିକାରକୁ ସାବ୍ୟସ୍ତ କରିଥିଲା । ଏହି ରାୟ ଦ୍ୱାରା ତ୍ରିରଙ୍ଗାକୁ ଏକତା, ଗୌରବ ଓ ଦେଶ ପ୍ରତି ନିଷ୍ଠାର ପ୍ରତୀକ ଭାବେ ସ୍ୱୀକୃତି ମିଳିଥିଲା । ନବୀନ ଜିନ୍ଦଲ ଓ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଦ୍ୱାରା ପ୍ରତିଷ୍ଠିତ ଫ୍ଲାଗ୍ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଜାତୀୟ ପତାକାର ଗୌରବର ପ୍ରସାର ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି । ବିଭିନ୍ନ ସମୟରେ ଆଲୋଚନାଚକ୍ରର ଆୟୋଜନ, ପୁସ୍ତକ ପ୍ରକାଶନ, ତ୍ରିରଙ୍ଗା ଦୌଡ଼ ଓ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ଦ୍ୱାରା ଜାତୀୟ ପତାକା ପ୍ରତି ନାଗରିକଙ୍କ ସମ୍ମାନ ବୃଦ୍ଧି ପାଇଁ ଫାଉଣ୍ଡେସନ କାର୍ଯ୍ୟ କରିଆସୁଛି । ଦେଶ ବ୍ୟାପୀ ୧୬୩ ଓ ଓଡ଼ିଶାରେ ୮ଟି ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇସାରିଥିବା ବେଳେ ଫାଉଣ୍ଡେସନ ପକ୍ଷରୁ ଏହି ଅଭିଯାନ ଜାରି ରହିଛି । ଫ୍ଲାଗ ଫାଉଣ୍ଡେସନ ଡେ ଅବସରରେ ଶ୍ରୀ ଜିନ୍ଦଲ ସବୁ ଘରେ ତ୍ରିରଙ୍ଗା, ସବୁ ଦିନ ତ୍ରିରଙ୍ଗା ଉଦେ୍ଦଶ୍ୟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହା ସହିତ ଦେଶଗଠନ ପ୍ରତି ସାମଗ୍ରିକ ନିଷ୍ଠାକୁ ତ୍ରିରଙ୍ଗା ପ୍ରେରିତ କରୁ ବୋଲି ସେ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ତ୍ରିରଙ୍ଗାର ମୂଲ୍ୟବୋଧକୁ ସମ୍ମାନ ଦେବା ପାଇଁ ଶପଥ ନେଇଥିଲେ । ଏହି ଅବସରରେ ଅନଲାଇନ ଦସ୍ତଖତ ଓ କ୍ୱିଜ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା ।