ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚୀବ ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଉପେନ୍ଦ୍ର କୁମାର ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଆଲୋଚକ ଭାବେ ଜିଲ୍ଲା ଶିକ୍ଷା ଅଧିକାରିଣୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ରାଜେଶ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ.ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ଛାତ୍ରୀଛାତ୍ର ପାଠପଢା ଅଧାରୁ ଛାଡି ଚାଲିଗଲେ ପରବର୍ତ୍ତୀ ସମୟରେ ସେମାନେ କିପରି ମାନସିକ ଉଦାସୀନ ରୁହନ୍ତି, ନକାରାତ୍ମକ ଭାବନା ବୃଦ୍ଧି ପାଏ ତାହା ଉପରେ ସୂଚନା ରଖିଥିଲେ । ଅଧାପଢା ଅବସ୍ଥାରେ ଅନେକ ଛାତ୍ରୀଛାତ୍ର ବିଦ୍ୟାଳୟ ପରିତ୍ୟାଗ କରୁଥିବା ବର୍ତ୍ତମାନ ଏକ ଜଟିଳ ସମସ୍ୟା ହୋଇଛି । ପୁନଃ ସେହି ସେହି ଛାତ୍ରୀଛାତ୍ରମାନେ କିପରି ବିଦ୍ୟାଳୟକୁ ଫେରି ସେମାନଙ୍କ ପାଇଁ ଧାର୍ଯ୍ୟ ଶିକ୍ଷା ସମାପ୍ତ କରିବେ ସେ ନେଇ ଆଲୋଚନା କରିବା ସହିତ ଶିକ୍ଷା ଓ ଶିକ୍ଷାୟତନ ସହ ସଂପୃକ୍ତ ସମସ୍ତ ସରକାରୀ ଓ ବେସରକାରୀ ବ୍ୟକ୍ତି ବିଶେଷ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇ ଅସମୟରେ ବିଦ୍ୟାଳୟ ଛାଡୁଥିବା ଛାତ୍ରୀଛାତ୍ର ମାନଙ୍କୁ ଶ୍ରେଣୀ କକ୍ଷକୁ ଫେରାଇ ଆଣିବାରେ ସହଯୋଗ କରନ୍ତୁ ବୋଲି ନିବେଦନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାନା ମହାନ୍ତି ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣର କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ, ଶିକ୍ଷାକର୍ମୀ ସହଯୋଗ କରିଥ