‘ପୁସ୍ତକ ପଠନ ଜ୍ଞାନର ପରିସୀମା ବୃଦ୍ଧି କରିଥାଏ’
ାା ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର : ଧିରେ ଧିରେ ପାଠକ ସଂଖ୍ୟା କମି ଯାଉଛି । ଆଜିର ଯୁଗରେ ଛାତ୍ରଛାତ୍ରୀ ମାନେ ବେଶୀ ମୋବାଇଲ ଓ ଟିଭି ଦେଖିବକୁ ପସନ୍ଦ କରୁଛନ୍ତି । ଲେଖକ ଓ ପ୍ରକାଶକ ମାନେ ଆଉ ପୂର୍ବ ଭଳି ସାହିତ୍ୟ ଓ ସଂସ୍କୃତି ଉପରେ ଲେଖା ଓ ପ୍ରକାଶନ ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ତେବେ ବହୁ ଅସୁବିଧା ମଧ୍ୟରେ ଲେଖକ ଓ ପ୍ରକାଶକ ମାନେ ଗତି କରୁଛନ୍ତି । ପୁସ୍ତକ ଗୁଡିକର ସମୀକ୍ଷା ଆବଶ୍ୟକ । ପୁସ୍ତକ ପଠନ ଦ୍ୱାରା ଜ୍ଞାନର ପରିସୀମା ବୃଦ୍ଧି ପାଇଥାଏ । ତେଣୁ ଛାତ୍ରଛାତ୍ରୀ ପୁସ୍ତକ ପଠନ ଉପରେ ଗୁରୁତ୍ୱ ଦେବାକୁ ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରେ ଅନୁଷ୍ଠିତ ରିଙ୍କୁ ସ୍ମାରକୀ ବକ୍ତୃତା ମାଳାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଲେଖକ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ପ୍ରକାଶ କରିଛନ୍ତି । ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ.କେଦାର ନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବକ୍ତୃତା ମାଳାରେ ବିଶିଷ୍ଟ ଗାଳ୍ପିକ ରାମଚନ୍ଦ୍ର ବେହେରା ଯୋଗ ଦେଇଥିଲେ । କବି ପ୍ରଭାକର ଶତପଥୀଙ୍କ ସମୀକ୍ଷା ପୁସ୍ତକକୁ ରଚନା କରିଥିବା ରିଙ୍କୁ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ସାମଲ କାର୍ଯକ୍ରମକୁ ସଂଯୋଜନା କରିଥିବା ବେଳେ ଏହାକୁ ସମୀକ୍ଷା କରିଥିଲେ କବି ଅପର୍ଣ୍ଣା ମହାନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ନିରଞ୍ଜନ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଅନୁଷ୍ଠାନର ସମ୍ପାଦକ କବି ରୁଦ୍ର ପ୍ରସନ୍ନ ସାମଲ । ବିଭିନ୍ନ ପରୀକ୍ଷାରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ପରିଚୟ ଅଧ୍ୟାପକ ଚିତ୍ତରଞ୍ଜନ ସାହୁ ପ୍ରଦାନ କରିଥିବା େ