ଜିଲ୍ଲା ଓ ବ୍ଲକରେ ସ୍ୱାସ୍ଥ୍ୟବିଭାଗର ଚଢାଉ

 ଭଦ୍ରକ : ଜିଲ୍ଲା ପରେ ଜିଲ୍ଲା ବ୍ୟାପୁଛି ଝାଡାବାନ୍ତୀ  । ଯାହାକୁ ନିୟନ୍ତ୍ରଣ କରିବା ସରକାର ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି  । ଯାଜପୁର ଜିଲ୍ଲା ପରେ ଏବେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକ ଅଞ୍ଚଳରେ ଝାଡାବାନ୍ତି ରୋଗ ବ୍ୟାପିବାରେ ଲାଗିଛି  । ଝାଡ଼ାବାନ୍ତି ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜÿିଲ୍ଲାପାଳଙ୍କ ନିଦେ୍ର୍ଧଶ ପରେ ଭଦ୍ରକ ସହରରେ ଚଢ଼ାଉ ଆରମ୍ଭ ହୋଇଛି  । ଭଦ୍ରକ ଉପଜÿିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଭଦ୍ରକ ସହର ନୂଆବଜÿାର କଚେରୀ ବଜÿାର, ବନ୍ତଛକ ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲ ଜଳଖିଆ ଦୋକାନ ମାନଙ୍କରେ ଜୋରଦାର ଚଢାଉ ଚାଲିଛି  । ଏହି ଚଢ଼ାଉରେ ଖାଦ୍ୟର ମାନ ଯାଞ୍ଚ କରାଯାଉଥିବା ବେଳେ ବାସୀ ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଫାଇନ ଆଦାୟ କରାଯାଇଛି  । ଏହି ଚଢ଼ାଉ ସମୟରେ ନୂଆବଜÿାର ଅଞ୍ଚଳର ତିନିଟି ଦୋକାନରୁ ୫ ହଜାର ଟଙ୍କା କରି ଜୋରିମାନା ଆଦାୟ କରାଯାଇଛି  । ତେବେ ଭଦ୍ରକ ଜÿିଲ୍ଲା ଭଣ୍ଡାରିପୋଖରୀ ଧାମନଗର ଅଞ୍ଚଳରେ ଝାଡା ବାନ୍ତି ରୋଗରେ ଆକ୍ରାନ୍ତଙ୍କୁ ଚିହ୍ନଟ ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି  । ଭଦ୍ରକ ଜିଲ୍ଲା ସମେତ ସମସ୍ତ ବ୍ଲକରେ ଏହି ଚଢାଉ ଆରମ୍ଭ କରାଯାଇଛି  । ଜÿିଲ୍ଲାରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ପ୍ରତିକାର ପାଇଁ ଲୋକ ମାନେ ବାହାରେ ହୋଟେଲ ଓ ଜଳଖିଆ ଦୋକାନରେ ବାସି ଖାଦ୍ୟ ନଖାଇବାକୁ ନିବେଦନ କରିଛନ୍ତି ଭଦ୍ରକ ଉପ ଜÿିଲ୍ଲାପାଳ  ।