ମଦ ଜବତ, ୮ କୋର୍ଟ ଚାଲାଣ 

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଭରତପୁର ସତ୍ୟମ କୁମାର ରାଉତଙ୍କ ଠାରୁ ୩୪ ଲିଟର ଦେଶୀ ମଦ,  ପୁରୁଷୋତ୍ତମପୁର ଗ୍ରାମର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଠାରୁ ୨୯ ଲିଟର ଦେଶୀ ମଦ, କନ୍ତଆ ଗ୍ରାମର ଜିତେନ୍ଦ୍ର କୁମାର ଜେନାଙ୍କ ଠାରୁ ୩୭ ଲିଟର ବିଦେଶୀ ମଦ, କଶଟି ଗ୍ରାମର ଅଲେଖ ମଳିକଙ୍କ ଠାରୁ ୨୮ ଲିଟର ଦେଶୀ ମଦ, ଦାନପୁର ଗ୍ରାମର ନିର ଜେନାଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, ହରିଅଙ୍କ ଗ୍ରାମର ଦୋଳଗୋବିନ୍ଦ ମଳିକଙ୍କ ଠାରୁ ୪୧ ଲିଟର ବିଦେଶୀ ମଦ ଓ କଜଳା ଗ୍ରାମର ସୁକାନ୍ତି ଦାସଙ୍କ ଠାରୁ ୩୨ ଲିଟର ଦେଶୀ  ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାଖରୁ ସମୁଦାୟ ୨୩୨ ଲିଟର ଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୧ ମହିଳା ସମେତ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ କହିଛନ୍ତି  । ଏହି ଚଢ ।ଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ  ଏବଂ ଅନ୍ୟ  କର୍ମଚାରୀ ସାମିଲ ଥିଲେ  ।