ଜିଲ୍ଲା ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ 

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଦକ୍ଷିଣେଶ୍ୱର ହାଇସ୍କୁଲ ଛାତ୍ର ଶୁଭମ ଜ୍ୟୋତି ରାଉତ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ୫୭୫  ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ଟପ୍ପର ହେବା ସହିତ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ କାଠିଆପଡା ଦକ୍ଷିଣେଶ୍ୱର ହାଇସ୍କୁଲର ସୁନାମ ଓ ଗୌରବ ବୃଦ୍ଧି କରିଛନ୍ତି  । ଏଥି ସହିତ ଛାତ୍ରୀ ହର୍ଷିତା ଆଦର୍ଶିନୀ ୫୫୩ ନମ୍ବର ରଖି ଦକ୍ଷିଣେଶ୍ୱର ହାଇସ୍କୁଲ ଗୌରବ ବୃଦ୍ଧି କରିଛନ୍ତି  । ଏହି ଉପଲକ୍ଷେ ଦକ୍ଷିଣେଶ୍ୱର ହାଇସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ନିବେଦିତା ଦାସଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉସôବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ଉଭୟ ଶୁଭମ ଓ ହର୍ଷିତାଙ୍କ ସହିତ କୃତି ଛାତ୍ର ଛାତ୍ରୀଙ୍କ ପିତାମାତାଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ  । ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବଡ଼ପଡା ସରପଞ୍ଚ ଅନନ୍ୟା ପ୍ରିୟ ଦର୍ଶନୀ ସେଠୀ, ସିଆରସିସି ମଳୟ ଜେନା, ଶିକ୍ଷକନେତା ଅନ୍ତର୍ଯ୍ୟାମୀ ବେଜ ଓ ସ୍କୁଲ ପରିଚାଳନା କମିଟି ସଭାପତି ସରୋଜ ପାଢ଼ୀ ପ୍ରମୁଖ ଯୋଗ ଦେଇ ଉଭୟ ଶୁଭମ ଓ ହର୍ଷିତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ  ।