ବଡଭାଇକୁ ହତ୍ୟା ଘଟଣାରେ ସାନଭାଇକୁ ୧୦ ବର୍ଷ ଜେଲ
କେନ୍ଦୁଝର,: ମଙ୍ଗଳବାର ସ୍ଥାନୀୟ ଜିଲା ଦୋ÷÷ରାଜଜ କୋର୍ଟର ବିଚାରପତି ଅଶୋକ କୁମାର ପଣ୍ଡା ଏକ ହତ୍ୟା ମାମଲାର ବିଚାର କରି ସଦର ଥାନା ବିସ୍ତାପାଳ ଗ୍ରାମର ଭୀମସେନ ନାୟକ (୬୨)ଙ୍କୁ ଦଶ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । ୯ ଜୁଲାଇ ୨୦୨୧ ମସିହା ସନ୍ଧ୍ୟାରେ ମୃତ ଦିନବନ୍ଧୁ ନାୟକ (୫୯) କୌଣସି କାରଣରୁ ତାଙ୍କ ସ୍ତ୍ରୀ କଇଁଥ ନାୟକଙ୍କ ସହିତ ଝଗଡା କରିଥିଲେ । ବଡଭାଇ ଭୀମସେନ ଝଗଡା ଶୁଣି ପାଖକୁ ଯାଇ କାହିଁକି ଝଗଡା କରୁଛ ବୋଲି କହିଥିଲେ । ଏହାକୁ ନେଇ ଦୁଇ ଭାଇ ମଧ୍ୟରେ ମାରପିଟ ହୋଇଥିଲା । ଉତକ୍ଷିପ୍ତ ହୋଇ ନିଜକୁ ସୁରକ୍ଷା ଦେବାକୁ ଯାଇ ଭୀମସେନ ଏକ ଇଟା ରେ ତାଙ୍କ ସାନ ଭାଇଙ୍କୁ ମାଡ ଦେଇଥିଲା । ଫଳରେ ଦିନବନ୍ଧୁଙ୍କ ମୃତୁ୍ୟ ହୋଇଥିଲା । ଏହାକୁ ନେଇ ସଦର ଥାନା ପୁଲିସ ପୁଅ ଦୀପକ ନାୟକଙ୍କ ଉତଲାକୁ ଭିତ୍ତି କରି କେସ ନମ୍ବର ୨୭୪/୨୦୨୧ରେ ମାମଲା ରୁଜୁ କରି ଭୀମସେନଙ୍କୁ ଗିରଫ କରିଥିଲା । ଆଜି ଏହାର ବିଚାର କରି କୋର୍ଟ ସାକ୍ଷୀ ଓ ପୁଲିସ ତଦନ୍ତ ରିପୋର୍ଟକୁ ଆଧାର କରି ଭୀମସେନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଶ ବର୍ଷ ଜେଲଦଣ୍ଡାଦେଶ କରିବା ସହ ଜିଲା ଆଇନସେବା ପ୍ରାଧୀକରଣଙ୍କୁ ମୃତକଙ୍କ ବିଧବା ସ୍ତ୍ରୀ ଓ ପରିବାରର ଅନ୍ୟମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଦେଶ କରିଥିବା ପବ୍ଲିକ ପ୍ରସିକୁ୍ୟଟର ପ୍ରଦିପ କୁମାର ଦାସ କହିଛନ୍ତି ।