ଯାଦବ ମହାସଂଘ ବୈଠକ 

 ଜଗତସିଂହପୁର : ଜଗତସିଂହପୁର ଜÿିଲ୍ଲାର ଅଲ ଓଡ଼ିଶା ଗୋପାଳ ଯାଦବ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ବୈଠକରେ ରାଜ୍ୟ ସଭାପତି ନାରାୟଣ ବେହେରା ସଭାପତିତ୍ୱ କରିଥିବାବେଳେ ଜଗତସିଂହପୁର ଜÿିଲ୍ଲା ପରିଚାଳନା କମିଟି ମୁଖ୍ୟ ସୁକାନ୍ତ ବେହେରା ସଭା ପରିଚାଳନା କରିଥିଲେ  । ଏହି ସଭାରେ ଜଗତସିଂହପୁର ଜÿିଲ୍ଲାର ୮ ଗୋଟି ବ୍ଲକର ସଭାପତି, ଜÿିଲ୍ଲା ସଭାପତି ସନ୍ତୋଷ ଦାସ, ସମ୍ପାଦକ ହୃଷିକେଶ ଦାସ, ଉପସଭାପତି ପୀତବାସ ଦାସ, ଜÿିଲ୍ଲା ମୁଖ୍ୟ ଉପଦେଷ୍ଟା ପ୍ରକାଶ ବେହେରା ପ୍ରମୁଖ ଯୋଗଦେଇ ଜଗତସିଂହପୁର ଜÿିଲ୍ଲାରେ ବସବାସ କରୁଥିବା ଅନୁନ୍ୟ ଶତକଡା ୩୦ ଭାଗ ଗୋପାଳ ଲୋକଙ୍କ  ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା  । ରାଜ୍ୟ ସଭାପତି ଏବଂ ସମ୍ପାଦିକା ସ୍ୱର୍ଣ୍ଣଲତା ବେହେରା ଗୋପାଳ ଜାତିର ଶିକ୍ଷାକୁ କେମିତି ସମୃଦ୍ଧ କରିହେବ ସେଥିପ୍ରତି ଓବିସି ବର୍ଗକୁ ଶତକଡା ୨୭ ଭାଗ ସଂରକ୍ଷଣ ଦାବୀ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଉପସ୍ଥାପନା କରିଥିଲେ  । ଗୋପାଳ ଜାତିର ଲୋକ କଳାକୁ ସ୍ୱତନ୍ତ୍ର କଳା ମାନ୍ୟତା ଦେବା, ବର୍ତ୍ତମାନ ପରିବର୍ତ୍ତିତ ଦୁଗ୍ଧ ଦଅର ରେ ଅସନ୍ତୋଷ ପ୍ରକାଶ କରି ଦୁଗ୍ଧ ଲିଟର ପିଛା ଅତି କମ ୪୫ ଟଙ୍କା ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ  । ଉକ୍ତ ବୈଠକ ରେ ଅତିଥି ଭାବେ ରାଜ୍ୟରୁ ପୁପୁନ ବେହେରା, ଜଗନ୍ନାଥ ପରିଡା, ସୁମିତ ବେହେରା ଯୋଗଦେଇଥିଲେ  । ଅନ୍ୟାନ୍ୟ ଅତିଥି ଭାବେ ତିର୍ତ୍ତୋଲ ସଭାପତି ସାରଦା ପ୍ରସନ୍ନ ଦାସ, ଶିବ ପ୍ରସାଦ ଦାସ, ରଶ୍ମି ରଞ୍ଜନ ଦାସ, ନମିତା ଦାସ, ରୁପାଲୀ ବେହେରା, ସେବତୀ ବେହେରା, ବାନାମ୍ବର ବେହେରା, ଟୁଟୁ ଦାସ, ଗୁଣନିଧି ବେହେରା, ଜ୍ଞାନ ରଞ୍ଜନ ବେହେରା ରାଜା ବେହେରାଙ୍କ ଶତାଧିକ ନେତୃତ୍ୱ ମାନେ ଯୋଗଦେଇଥିଲେ  ।