ପଞ୍ଚାୟତ ସମିତି ବୈଠକ
ଆନନ୍ଦପୁର : ଆନନ୍ଦପୁର ବ୍ଲକ୍ ସଭାଗୃହରେ ବିଡିଓ ମନୋଜ ମହାନ୍ତଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବିଧାୟକ ଅଭିମନୁ୍ୟ ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଅଞ୍ଜନା ବାରିକ, ଜିଲ୍ଳାପରିଷଦ ସଦସ୍ୟା ଅସୀମା ମିଶ୍ର, ଘସିପୁରା ବିଧାୟକ ପ୍ରତିନିଧି ଦେବଦତ୍ତ ପାତ୍ର, ବ୍ଲକ୍ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବ୍ଲକ୍ ଅଧିନ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବ୍ଲକର ସମସ୍ତ ଯନ୍ତ୍ରୀ, ଏମ୍ଇ, କର୍ମଚାରୀ ଉପସ୍ଥିତଥିଲେ ।