ଜିଲ୍ଲା କଂଗ୍ରେସର ସାଂଗଠନିକ ବୈଠକ
ନାଉଗାଁ : ନାଉଗାଁ ବ୍ଲକ୍ରେ ଜିଲ୍ଲା କଂଗ୍ରେସ ସଭାପତି ଚୟନକୁ ନେଇ ଏଆଇସିସି ପକ୍ଷରୁ ସଂଗଠନ ସୃଜନ ବୈଠକ ଏବଂ ମତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ତିହୁଡାସ୍ଥିତ ମା ଜାଗୁଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ବ୍ଲକ କଂଗ୍ରେସ ସଂଯୋଜକ ବିଚିତ୍ରା ନନ୍ଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷକ ଏମ୍. ଲିଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ବ୍ଲକସ୍ତରୀୟ କଂଗ୍ରେସ କମିଟିକୁ ନେଇ ସଂଗଠନ ଅଭିଯାନ ପ୍ରସ୍ତୁତି କରାଗଲା । ଏଥିରେ ରାଜ୍ୟ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକମାନେ, ଜିଲ୍ଲା ସଂଯୋଜକ ନଟବର ବାରିକ, ଦେବପ୍ରସାଦ ନାୟକ, ବିପ୍ଳବ ଚୌଧୁରୀ, ନଳିନ ସ୍ୱାଇଁ, ରାଜକିଶୋର ବାରିକ ସହିତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ନାଉଗାଁ ବ୍ଲକ୍ରୁ ୩୦୦ରୁ ଅଧିକ କର୍ମୀ ଯୋଗଦେଇଥିଲେ । ପ୍ରହ୍ଲାଦ ବିଶ୍ୱାଳ, ବିଜୟ ବେହେରା, ପ୍ରଶାନ୍ତ ଦଳାଇ, ସୁବ୍ରତ ରାୟ, ଆର୍ତତ୍ରାଣ ଦାସ, ବିଭୂପ୍ରସାଦ ନାୟକ, ଅଲିଭା ସ୍ୱାଇଁ, ଅଶୋକ ସ୍ୱାଇଁ, ସୁଶ୍ରୀ ଶ୍ରାବଣୀ ରାୟ, ଅକ୍ଷୟ ଜେନା, ସୌମ୍ୟସଞ୍ଜୀବ ଦାସ, ଅରୁଣାରାଣୀ ମଲ୍ଲିକ, ଲିଙ୍ଗରାଜ ରାଉତ, ମନୋଜ ଦାଶ, ପ୍ରିତମ ପରିଜା, ତରୁଣ ନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସଭାରେ ସକ୍ରିୟ ଭାବରେ ଯୋଗଦେଲେ । ସଭାରେ ଆଗାମୀ ଦିନରେ କଂଗ୍ରେସ ସଂଗଠନର କାର୍ଯ୍ୟପନ୍ଥା ଓ କାର୍ଯ୍ୟପ୍ରଣାଳୀ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବାକୁ ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା ଉଲ୍ଲେଖ କରାଗଲା । ସଭାରେ ନାଉଗାଁ ବ୍ଲକ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ନୂତନ ସଭାପତି ଚୟନ ପାଇଁ ନିଜର ମତ ପ୍ରଦାନ କରିଥିଲେ ।