ଅବକାରୀ ବିଭାଗର ଚଢାଉ : ରନ୍ଧା ମଦ ସହ ପୋଚ ଜବତ
ଭବାନୀପାଟଣା : ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ହାତୀମୁଣ୍ଡା ଡ଼େମ ନିକଟରେ ଠାରେ ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ବେଳେ ରନ୍ଧା ମଦ ସହ ପୋଚ ଜବତ କରିଛି ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ରଞ୍ଜନ କୁମାର ନାଏକଙ୍କ ନେତୃତ୍ୱରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ ସ୍ଥାନରେ ଚଢ଼ାଉ କରିଥିଲେ । ହେଲେ ଅବକାରୀ ବିଭାଗର ଟିମ୍ ଦେଖି ଘଟଣାସ୍ଥଳରୁ ମଦ ପ୍ରସ୍ତୁତକାରୀ ମଦ ମାଫିଆମାନେ ଫେରାର ମାରିଥିଲେ । ଘଟଣାସ୍ଥଳରୁ ୧୫୦ ଗୋଟି ପ୍ଲାଷ୍ଟିକ ଡ୍ରାମ, ମହୁଲ ପୋଚ ସହ ରନ୍ଧାମଦ ଜବତ କରି ନଷ୍ଟ କରିଥିଲେ ।ମଦ ଜବତ କରି ନଷ୍ଟ କରିଥିବା ସୂଚନା ରହିଛି । ଏହି ଚଢାଉରେ ଅବକାରୀ ବିଭାଗର ଆଇଆଇସି ଓଆଇସି ତିଲକରାମ ନାଏକ ସମେତ ସମସ୍ତ କର୍ମଚାରୀ ସାମିଲ ଥିଲେ ।