୨ ଶିକାରୀ ଗିରଫ 

 ଆନନ୍ଦପୁର: ବନ୍ୟ ଜନ୍ତୁ ଶୀକାର କରିବାକୁ ବନ ମଧ୍ୟରେ ଲୁଚି ରହିଥିବା ଦୁଇ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଆନନ୍ଦପୁର ଉପଖଣ୍ଡ ହଦଗଡ ହସ୍ତୀ ଅଭୟାରଣ୍ୟ ଦଲକି ଅଂଚଳରେ ଦୁଇ ଶିକାରୀ ଛପି ରହିଥିବ ଖବର ପାଇ ବନ ବିଭାଗ ଚଢଉ କରିଥିଲା । ଚଢଉରେ ଦୁଇ ଶିକାରୀଙ୍କୁ ବନ ବିଭାଗ କାବୁ କରି ନେଇଥିଲେ । ଶିକାରୀଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ବିଭିନ୍ନ କିସମର ୩୭ ରାଉଣ୍ଡ ଖୋକା, ଗନ୍ ପାଉଡର, ପଟାସ ପାଉଡର, ଧନୁତୀର କାତି ସହିତ ଅନେକ ମାରଣାସ୍ତ୍ର ଜବଦ କରାଯାଇଥିଲା । କାବୁ କରାଯାଇଥିବା ଦୁଇ ଶିକାରୀ ନିର୍ଦାସ ହୋ ଏବଂ ତୁରାମ ହୋ । ଜାମିନ ନାମଞ୍ଜୁର ହେବାରୁ  ଉଭୟଙ୍କୁ ଜେଲ ପଠାଇ ଦିଆଯାଇଛି ।