ସମବାୟ ସମିତି କାର୍ଯ୍ୟାଳୟରୁ ଚୋରି

ପାଣିକୋଇଲି : ବୁଧବାର ରାତିରେ ଯାଜପୁର ବ୍ଲକ ମାଳଆନ୍ଦପୁର ପଞ୍ଚାୟତରେ ଥିବା କୃଷି ସମବାୟ ସମିତିରୁ ଲକ୍ଷôାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଏନେଇ ସମିତିର ସହସମ୍ପାଦକ ସତ୍ୟଜିତ ସାହୁ ସଦରଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ କାର୍ଯ୍ୟାଳୟର ତାଲାଭାଙ୍ଗି ହାଲୋଜିନ ଲାଇଟ, ପ୍ରିଣ୍ଟର, କମ୍ପୁ୍ୟଟର, ସିପିୟୁ, ଲ୍ୟାପଟପ, ସିସିଟିଭି ମନିଟର, ଷ୍ଠାଣ୍ଡ ଫ୍ୟାନ, ସିସି କ୍ୟାମେରା, ପାଲ ଚୋରି କରି ନେଇଛି । ଖୋଜାଖୋଜି ପରେ ଭଗବାନ ବେହେରାଙ୍କ ଇଟାଭାଟି ପାଲ ତଳେ ହାଲୋଜିନ ଲାଇଟ ଓ ସିସିଟିଭି ମନିଟର ମିଳିଥିଲା । ମାଳଆନନ୍ଦପୁର ଗ୍ରାମର ଶଙ୍କର ଦଳେଇ, ଭାଲୁ ଦଳେଇ, ଷଣ୍ଢ ଦଳେଇ, ରାମ ଦଳେଇ, ନାଣ୍ଡୁ ଦଳେଇ ପ୍ରମୁଖ ଚୋରିରେ ସମ୍ପୃକ୍ତିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପରେ ପୁଲିସ ତଦନ୍ତ କରିଥିଲେ ହେଁ ଚୋରଙ୍କ ସନ୍ଧାନ ପାଇପାରିନି ।