ଜୟପ୍ରକାଶ ଓ ନଭନିତ ଉପଖଣ୍ଡ ଟପ୍ପର

ନୀଳଗିରି:  ନୀଳଗିରି ବ୍ଲକରେ ମୋଟ ୪୧ ଗୋଟି ସ୍କୁଲର ୧୯୭୨ ପିଲା ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୯୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ମୋଟ ୧୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏ୧ରେ ମୋଟ ୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଅଯୋଧ୍ୟା ନୋଡାଲ ହାଇସ୍କୁଲର ପିତା କମଳାକାନ୍ତ ବେହେରା, ମାତା ସୁମତୀ ବେହେରାଙ୍କ ପୁଅ ଜୟପ୍ରକାଶ ବେହେରା ଓ ମିତ୍ରପୁର ମହିଳା ଉଚ୍ଚବିଦ୍ୟାଳୟର ଜୟନ୍ତ ପ୍ରଧାନ ଓ ମାତା ସୁଭଦ୍ରା ପ୍ରଧାନଙ୍କ ପୁଅ ନଭନିତ ପ୍ରଧାନ ୫୬୦ ନମ୍ବର ରଖି ଯୁଗ୍ମ ଉପଖଣ୍ଡ ଟପ୍ପର ହୋଇଛନ୍ତି । ସେହିପରି କେସି ହାଇସ୍କୁଲର ମଧୁସ୍ମିତା ନାୟକ(୫୫୭), ଅଯୋଧ୍ୟା ମାରୀଚି ମହିଳା ଉଚ୍ଚ ବିଦ୍ୟାଳୟର ଭାଗ୍ୟଜ୍ୟୋତି ବାରିକ(୫୫୨), କେସି ହାଇସ୍କୁଲର ମୋନାଲିସା ସାହୁ(୫୪୬), ଜୀବନ ଜ୍ୟୋତି ଦାସ(୫୪୫), ସ୍ମୃତିଲିପ୍ସା ସାହୁ(୫୪୩), କୈବଲ୍ୟ ପ୍ରୀତମ ବେହେରା(୫୪୧), କାବେରୀ ବେହେରା(୫୪୧) ପ୍ରମୁଖ ଏ୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।