ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଆଞ୍ଚଳିକ ଟ୍ରକ ମାଲିକ ସଂଘ

 ଚମ୍ପୁଆ: ପରିବହନ ବିବାଦ ବଢିବାରେ ଲାଗିଥିବା ବେଳେ ଆଞ୍ଚଳିକ ଟ୍ରକ ମାଲିକ ସଙ୍ଘ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପରିବହନ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗ୍ରସ୍ତ କାର୍ଯ୍ୟକ୍ରମ ସମୟରେ ରାଇକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସଙ୍ଘ କର୍ମକର୍ତା ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ କିଛିଦିନ ହେବ ଟ୍ରକ ଯୋଗେ ଖଣିଜପରିବହନ ସେବା ଏକ ପ୍ରକାର ବିଗିଡି ଯାଇଥିବା ବେଳେ, ଟ୍ରକ ମାଲିକ ନାନା ସମସ୍ୟାର ସମ୍ମୁଖିନ ହେବା ସହିତ ମାସିକ ଋଣ ସୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ ଖଣିଅଞ୍ଚଳର କମ୍ପାନୀମାନେ ଟ୍ରକ ଯୋଗେ ମାଲ ପରିବହନକୁ ଗୁରୁତ୍ୱ ଦେଉନଥିବାରୁ ମାଲିକ ମାନେ କ୍ଷତିଗ୍ରସ୍ଥ ହେଉଛନ୍ତି  । ଏନେଇ ପୂର୍ବରୁ ସଙ୍ଘ ପକ୍ଷରୁ ବିଭିନ୍ନ ଅଧିକାରୀଙ୍କୁ ଅବଗତ କରାଯିବା ସହ ୧୨ ତାରିଖରୁ ଆନେ୍ଦାଳନକୁ ଓହ୍ଲାଇବାର ନିଷ୍ପତି ନେବାପରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡାଙ୍କ ହସ୍ତକ୍ଷେପ ପରେ ଏହି ଆନେ୍ଦାଳନକୁ ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଗତ ୧୪ ତାରିଖ ଦିନ ସଂଘ ସମ୍ପାଦକ ରାଜେନ୍ଦ୍ର ବାରିକ, ଏମ୍ଡି ନୟାବ, ପ୍ରଭାସ ସାହୁ ସମେତ ବହୁ ସଦସ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କୁ ତାଙ୍କ ବାସଭବନରେ ଭେଟି ସମସ୍ୟା ବିଷୟରେ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ସମସ୍ୟା ସମନ୍ଧରେ ସମାଧାନର ପଦକ୍ଷେପ ନେବାକୁ ନିଦେ୍ର୍ଦଷ ଦେଇଥିଲେ ।