ସ୍ତ୍ରୀ ଓ ଶିଶୁପୁତ୍ର ନିଖୋଜ
ନୀଳଗିରି : ବଜାରକୁ ନାକ ଫୁଲ ସଜାଡିବାକୁ ଯାଇ ଆଉ ଫେରିନାହାନ୍ତି ସ୍ତ୍ରୀ ଓ ଶିଶୁପୁତ୍ର । ଏ ନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ । ଖବରରୁ ପ୍ରକାଶ ଯେ, ନୀଳଗିରି ଥାନା ଅନ୍ତର୍ଗତ ସିମୁଳିଆ ଗ୍ରାମର ରବୀନ୍ଦ୍ର ତିୱାରି ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ପରେ ବାଣପୁର ଗ୍ରାମ ବହରସାହିର ଗଙ୍ଗା ମିର୍ଦ୍ଧାର ବଡ ଝିଅ ରଶ୍ମି ମିର୍ଦ୍ଧା (୨୬)କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କର ୩ ବର୍ଷର ଏକ ଶିଶୁ ପୁତ୍ର ରହିଛି । ତେବେ ଗତ ୧୧ତାରିଖ ଅପରାହ୍ନ ୪ଘଟିକା ସମୟରେ ଶିଶୁ ପୁତ୍ରକୁ ସାଥିରେ ନେଇ ବଜାରକୁ ନାକ ଫୁଲ ସଜାଡିବାକୁ ଆସି ଆଉ ଫେରି ନଥିଲେ ସ୍ତ୍ରୀ ରଶ୍ମି ମିର୍ଦ୍ଧା । ବନ୍ଧୁ ପରିଜନଙ୍କ ଘରେ ବହୁ ଖୋଜା ଖୋଜି କରିବା ପରେ ନିରାଶ ହୋଇ ଥାନାରେ ଦ୍ୱାରାସ୍ଥ ହୋଇଥିଲେ । ଅଦ୍ୟାବଧି ସ୍ତ୍ରୀ ଓ ପୁତ୍ରକୁ ଖୋଜି ଖୋଜି ଆଖିରୁ ଲୁହ ଗଡାÿଉଛନ୍ତି ରବୀନ୍ଦ୍ର । ନୀଳଗିରି ପୁଲିସ ଆଜି ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ଓ ଶିଶୁ ପୁତ୍ରକୁ ଖୋଜି ବାହାର କରିପାରି ନଥିବା ବେଳେ ଖୁବଶୀଘ୍ର ଖୋଜି ବାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।