ଝାମ୍ପିନେଲେ ୫ ଲକ୍ଷ ; ସତ ଲୁଟ୍ ନାଁ ମିଛ ଲୁଟ୍ ସେ ନେଇ ପୁଲିସର ତଦନ୍ତ ଆରମ୍ଭ
ଭୁବନେଶ୍ୱର, ୧୨ା୯ : ଆଜି ଦିନ ଦିପହରେ ନୟାପଲ୍ଲୀ ସିଆରପି ଛକ ନିକଟରୁ ୨ ଲୁଟେରା ପଲସର ବାଇକରେ ଆସି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କାର ବ୍ୟାଗ୍ ଝାମ୍ପିନେଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । କର୍ମଚାରୀ ଜଣଙ୍କ କହିବା, ସେ ସିଆରପି ଛକ ନିକଟ ଥିବା ଆକ୍ସିସ ବ୍ୟାଙ୍କର କର୍ମଚାରୀ ହୋଇଥିବା ବେଳେ, ସେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ନେଇ ତାଙ୍କ ବାଇକରେ ଯିବା ସମୟରେ ୨ଜଣ ଲୁଟେରା କଳା ପଲସରରେ ଆସି ଭୁଜାଲି ଦେଖାଇ ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ । ଏନେଇ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ, ପୁଲିସ ସନେ୍ଦହ କରୁଛି ଯେ, ଏହା ସତ ଲୁଟ୍ ନାଁ ମିଛ ଲୁଟକୁ ସତ ଲୁଟର ରୂପ ଦିଆଯାଇ ଥାନାରେ ଅଭିଯୋଗ କରାଯାଉଛି । ସେ ନେଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । କାରଣ ପୂର୍ବରୁ ଏଭଳି ବହୁ ମାମଲା ଦେଖାଯାଇଛି, ବ୍ୟାଙ୍କର କର୍ମଚାରୀ କିମ୍ବା ମ୍ୟାନେଜର ବ୍ୟାଙ୍କର ଟଙ୍କା ହଡ଼ପ କରିବାକୁ ନାଟକ ରଚି କିଛି ଟଙ୍କା ଦେଇ ଅନ୍ୟ ଲୋକଙ୍କ ଦ୍ୱାରା ଜନଗହଳି ପୂର୍ଣ୍ଣରୁ ଟଙ୍କା ଝାମ୍ପିନେଉଥିବା ଅଭିନୟ କରିଥାନ୍ତି । ପରେ ସେହି ବ୍ୟାଙ୍କ କର୍ମଚାରୀଙ୍କ ହାତ ରହିଥିବା ଜଣାପଡ଼ିଥାଏ ।
ପୁଲିସ ସୂଚନା ମୁତାବକ, ଗୁରୁବାର ଦିନ ଦିପହରେ ଜଣେ ବ୍ୟାଙ୍କର କର୍ମଚାରୀ ସିଆରପି ଛକ ଆକ୍ସିସ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଏକ ବ୍ୟାଗରେ ନେଇ ତାଙ୍କ ବାଇକରେ ଯିବା ବେଳେ ସିଆରପି ଛକରୁ ୨ ଜଣ ବାଇକରେ ଆସି ଭୁଜାଲି ଦେଖାଇ ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ । ଏନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏ ନେଇ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।