ବିଦାୟକାଳୀନ ସମ୍ବର୍ଦ୍ଧନା
ବୈଶିଙ୍ଗା: ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟଳିପୁରା ଗ୍ରାମ ପଞ୍ଚାୟତର କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନର ପ୍ରାକ୍ତନ ପ୍ରାଧାନ ଶିକ୍ଷକ ସତ୍ୟ ରଞ୍ଜନ ସାହୁଙ୍କର ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଗଡ଼ଦେଉଳିଆ ଶାଖାର ମ୍ୟାନେଜର ପଙ୍କଜିନୀ ସେଠୀ, ବିଦାୟୀ ପ୍ରଧାନଶିକ୍ଷକଙ୍କ ସହଧର୍ମିଣୀ ରେଣୁକା ସାହୁ, ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ବରିଷ୍ଠ ସଦସ୍ୟ ପ୍ରଭାକର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ଦୁର୍ଗା, ପ୍ରାକ୍ତନ କ୍ରୀଡା ଶିକ୍ଷକ ବାବାଜୀ ଦାଶ, ସାମ୍ବାଦିକ ଗତିକୃଷ୍ଣ ମହାନ୍ତ ଏବଂ ମୁଖ୍ୟବକ୍ତା ଭାବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶଶଧାର ବାରିକ, ସମ୍ମାନିତ ବକ୍ତା ଭାବରେ ମାଧ୍ୟମିକ ଶିକ୍ଷକ ସଂଗଠନ ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ନାୟକ, ସମ୍ପାଦକ ସୂର୍ଯ୍ୟାନନ୍ଦ ନାୟକ, ଯୁଗ୍ମ ସମ୍ପାଦକ କବି ନରହରି ମହାନ୍ତ, ବିଦ୍ୟାଳୟର ଆଲୁମିନି ସଭାପତି ସର୍ବେଶ୍ୱର ମହାନ୍ତି, ପ୍ରାକ୍ତନ ଛାତ୍ର ତଥା ପ୍ରତିମା ଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଓଝା ପ୍ରମୁଖ ଯୋଗଦାନ କରି ବିଦାୟୀ ଶିକ୍ଷକଙ୍କର ଗୁଣଗାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତିଲତା ବାରିକ, ତିଲୋତ୍ତମା ବେହେରା, ଶିକ୍ଷକ ଚତୁର୍ଭୁଜ ମଲ୍ଲିକ, ଗିରିଜା ମାହାର୍ଣ୍ଣା, ସୌଭାଗ୍ୟ ସିମନାକିଆ, ଗୋପୀନାଥ ବେହେରା, ଶୁଭମ ଦୁର୍ଗା, ଭବେନ୍ଦ୍ର କବାଟ ପ୍ରମୁଖ ବିଦୟୀ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶେଷରେ ଶିକ୍ଷୟିତ୍ରୀ ରୀତା ରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।