ଟଙ୍କା ଉଠାଣ ହେଉଛି, ଖନନ ହୋଇନି ପୋଖରୀ
ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଠିକପାଲି ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ହୋଇଛି । ଏହି ପଞ୍ଚାୟତ ବାବୁପାଲି ଗାଁରେ ଜଳ ବିଭାଜିକା ବିଭାଗ ପକ୍ଷରୁ ପୋଖରୀ ଖନନ ହୋଇନି, କିନ୍ତୁ ବିଲ୍କରି ସରକାରୀ ଅନୁଦାନ ଆତ୍ମସାତ କରାଯାଇଛି । ଜିଓଟେଗରେ ଅଲଗା ପୋଖରୀ ଫଟୋ ଅପଲୋଡ଼ ହୋଇଥିବାବେଳେ ଅଲଗା ପୋଖରୀକୁ ବିଭାଗୀୟ ଅଧିକାରୀ ଦେଖାଉଛନ୍ତି ।
ଗତ ୨୦୨୩-୨୪ ଆର୍ଥିକବର୍ଷରେ ନୂଆପଡା ଜଳ ବିଭାଜିକା ପକ୍ଷରୁ ଠିକପାଲି ପଞ୍ଚାୟତ ବାବୁପାଲି ଗାଁର ସନସାଏ ମାଝିଙ୍କ ୨ଲକ୍ଷ ୮୭ ହଜାର ଟଙ୍କା ଅଟକଳ ମୂଲ୍ୟରେ କ୍ଷେତ୍ର ପୋଖରୀ ଖନନ ହୋଇଥୁଲା ଓ ସେହିବର୍ଷ ବାବୁପାଲି ଗାଁରେ ମନରେଗା ଯୋଜନାରେ ୨ଲକ୍ଷ ୧୧ହଜାର ଅଟକଳରେ ଗୁନମତୀ ମାଝିଙ୍କ ପୋଖରୀ (ଫାର୍ମପଣ୍ଡ) ଖନନ ହୋଇଥିଲା । ଏହି ଗୁନମତୀଙ୍କ ପୋଖରୀକୁ ଜଳ ବିଭାଜିକା ଓ ପଞ୍ଚାୟତ କର୍ତ୍ତୃପକ୍ଷ ଉଭୟେ ଖନନ କରିଥିବା ଦର୍ଶାଇ ଟଣାଓଟରା ହେଉଛନ୍ତି । ଅନ୍ୟପକ୍ଷେ ବାବୁପାଲି ଗାଁର ଗୁନମତୀଙ୍କ ପୁଅ ବାଳକୃଷ୍ଣ ମାଝିଙ୍କ ପୋଖରୀ ଖନନ ପାଇଁ ୨ଲକ୍ଷ ୮୭ହଜାର ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା । କିନ୍ତୁ ଗାଁରେ ବାଳକୃଷ୍ଣଙ୍କ ପୋଖରୀ ମିଳୁନଥିବା ଅଭିଯୋଗ ହୋଇଛି । ଏପଟେ ବାଳକୃଷ୍ଣଙ୍କ ପୋଖରୀ ଖନନ ନାଁରେ ୨ଲକ୍ଷ ୮୨ହଜାର ୬୮୮ ଟଙ୍କା ଉଠାଣ ହୋଇଛି । ପୋଖରୀ ନକରି ଜଳବିଭାଜିକା ସରକାରୀ ଅନୁଦାନକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଗୁନମତୀଙ୍କ ପୋଖରୀକୁ ବାଳକୃଷ୍ଣ ନାଁରେ ଖନନ ହୋଇଥିବା ଜଳବିଭାଜିକା କର୍ତ୍ତୃପକ୍ଷ କହୁଛନ୍ତି । ପଞ୍ଚାୟତ କର୍ତ୍ତୃପକ୍ଷ ବାଳମତୀଙ୍କ ପୋଖରୀ ଆମର ବୋଲି ଦର୍ଶାଉଛି । ଏମିତିକି ଗୁନମତୀଙ୍କ ନାଁରେ ପୋଖରୀ ନିକଟରେ ଗୁନମତୀ ପଞ୍ଚାୟତ ପକ୍ଷରୁ ଲାଗିଛି । ବାଳକୃଷ୍ଣଙ୍କ ପୋଖରୀର ସୂଚନା କୌଣସିଠାରେ ଲାଗି ନଥୁବାରୁ ଜଳବିଭାଜିକା କାମକୁ ନେଇ ଗାଁ ଲୋକେ ପ୍ରଶ୍ନ କରିଛନ୍ତି । ବାବୁପାଲି ଗାଁରେ ଜଳ ବିଭାଜିକା ପକ୍ଷରୁ ବାଳକୃଷ୍ଣଙ୍କ ନାଁରେ କୌଣସି ପୋଖରୀ ଖନନ ହୋଇ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଗାଁର ସନସାଏ ଓ ବାଳକୃଷ୍ଣଙ୍କ ପୋଖରୀ ଗୋଟିଏ ସ୍ଥାନରେ ରହିଥିବା ଜିଓଟେରରେ ଜଣାପଡୁଛି । କିନ୍ତୁ ସେଠି ଗୋଟିଏ ହିଁ ପୋଖରୀ ଖନନ ହୋଇଛି । ଯେଉଁଥିରେ ସନସାଏ ମାଝିଙ୍କ ନାଁରେ ସୂଚନା ଫଳକ ଲାଗିଛି । ଏଠି ଜିଓଟେକରେ ବାଳକୃଷ୍ଣ ମାଝିଙ୍କ ପୋଖରୀରେ ସନସାଏ ମାଝିଙ୍କ ପୋଖରୀର ସୂଚନା ଫଳକ ଫଟୋ ଲାଗିଛି । ବାଳକୃଷ୍ଣଙ୍କ ନାଁରେ କୌଣସି ପୋଖରୀ ଖନନ ହୋଇ ନଥୁବା ଗାଁ ଲୋକେ କହି ଛନ୍ତି । ଏଠି ବିନା ପୋଖରୀ ଖନନକରି ୨ଲକ୍ଷ ୮୨ହଜାର ୬୮୮ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ସୋମବାର ସିଡ଼ି ଓ ଲମ୍ବୋଦର ଧରୁଆଙ୍କ ନେତୃତ୍ୱରେ ପ୍ରଶାସନିକ ଟିମ ବ୍ଳକ, ଓ ଜଳ ବିଭାଜିକା କର୍ତ୍ତୃପକ୍ଷ ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ତଦନ୍ତ କରିଥିଲେ । ପଞ୍ଚାୟତ ଓ ଜଳ ବିଭାଜିକା କର୍ତ୍ତୃପକ୍ଷଙ୍କ ମଧ୍ୟରେ ପୋଖରୀ ଖନନକୁ ନେଇ ଟଣାଓଟରା ହେବାରୁ ଦୁଇ ବିଭାଗକୁ ମାଷ୍ଟରରୋଲ ମାଗିଥିଲେ । ସେଥୁରୁ ୮ଜଣ ଶ୍ରମିକ ଉପସ୍ଥିତ ଥିଲେ । ଗାଁର ଦୁର୍ବଳ ଶବର, ପୂର୍ଣ୍ଣମୀ ଶବର, ଲାଲେଶ୍ୱର ମାଝି, ରନôାଞ୍ଜଳି ମାଝି, ଗୋବଦ୍ଧନ ସୁନାନୀ ଓ କୁନ୍ତୀଦେଈ ଶବର ପଞ୍ଚାୟତ ତରଫରୁ ଗୁନମତୀଙ୍କ ପୋଖରୀ ଖନନ କାମରେ ନିୟୋଜିତ ହୋଇଥିବା କହିଥିଲେ । କିନ୍ତୁ ଏମାନଙ୍କ ନାଁ ଜଳ ବିଭାଜିକା ମାଷ୍ଟରରୋଲରେ ରହିଛି । ଗାଁର ଧବଲେଶ୍ୱର ସୁନାନୀ ଓ ଖଗେ ଶବରଙ୍କ ନାଁ ଉଭୟ ବିଭାଗର ମାଷ୍ଟରରୋଲରେ ରହିଛି । କିନ୍ତୁ ଦୁଇ ଶ୍ରମିକ ମନରେଗାରେ କୌଣସି ପୋଖରୀ ଖନନରେ କାମ କରିନଥୁବା କହିଥିଲେ । ତେବେ କିଭଳି ଏହି ଦୁଇ ଶ୍ରମିକଙ୍କ ନାଁରେ ଟଙ୍କା ଉଠାହୋଇଛି ଓ ଏହାକୁ କିଏ ଖାଇଛି ବୋଲି ପ୍ରଶ୍ନ କରିଛନ୍ତି । ଏଣୁ ଏହାର ସଠିକ ତଦନ୍ତକରି ସମ୍ପୃକ୍ତ ବିଭାଗୀୟ ଅଧୁକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।