୫ ଶିକ୍ଷକଶିକ୍ଷୟିତ୍ରୀଙ୍କୁ "ରାଷ୍ଟ୍ର ନିର୍ମାତା’ ସମ୍ମାନ
ଛତ୍ରପୁର : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୫ ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କୁ ସମ୍ମାନଜନକ "ରୋଟାରୀ ରାଷ୍ଟ୍ର ନିର୍ମାତା’ ସମ୍ମାନ ପ୍ରଦାନ କରାଯାଇଛି । ଛତ୍ରପୁର ପିଲିବନ୍ଧ ରୋଡ ସ୍ଥିତ କ୍ଲବର ନିଜସ୍ୱ ପରିସରରେ ସଭାପତି ତଥା ହାଇକୋର୍ଟ ଆଡ଼ଭୋକେଟ ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ଙ୍କ ଭୂମିକା ଉପରେ କହିଥିଲେ । ଏହି ଅବସରରେ ଶିକ୍ଷକ ତ୍ରିନାଥ ସାହୁ, ସୁନୀଲ ଶତପଥି, ଅଜିତ କୁମାର ସେଠି, ଶିକ୍ଷୟତ୍ରୀ ଜ୍ୟୋସ୍ନା ସେଠି ଓ ନମିତା ପଟ୍ଟନାୟକଙ୍କୁ ମୁଖ୍ୟଅତିଥି ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । କ୍ଲବର ସମ୍ପାଦକ ଡମ୍ବୁରୁଧର ସାହୁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ରୋଟାରିୟନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ନିରଞ୍ଜନ ପାତ୍ର, ଡ଼ଃ ବିମଳ ପ୍ରସାଦ ସାହୁ, ଦ୍ୱାରିକା ପ୍ରସାଦ ପଟ୍ଟନାୟକ, ସୁରଜିତ ସାମନ୍ତ ରାୟ, ସୁଜିତ ପଟ୍ଟନାୟକ, ଏସ୍ ରେଖା ମହାନ୍ତି, ଏମ ଧନଞ୍ଜୟ ରେଡ୍ଡୀ, ସ୍ୱାଗତିକା ସାମନ୍ତରାୟ, ଇଂ. ରାଜକିଶୋର, ଏମ୍ ବାସୁଦେବ ରାଓ ଓ ଇ ନାଗେଶ୍ୱର ରାଓଙ୍କ ସମେତ ଅନ୍ୟାନ୍ୟ ସଭ୍ୟସଭ୍ୟାମାନେ ଯୋଗ ଦେଇ ବିଭିନ୍ନ ମାନଦଣ୍ଡକୁ ଭିତ୍ତି କରି ସମ୍ମାନିତ କରାଯାଇଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ଉପରେ ନିଜ ନିଜ ଅଭିଭାଷଣ ରଖିଥିଲେ । ଶେଷରେ ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।