ଛତୁଆର ମାନ ଓ ଓଜନକୁ ନେଇ ସନେ୍ଦହ
କୁଜଙ୍ଗ : ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଛତୁଆ ଯୋଗାଣ ପ୍ରକ୍ରିୟା ସରକାରଙ୍କ ଧାର୍ଯ୍ୟ ମୁତାବକ ବା ସରକାରଙ୍କ ନିଦେ୍ର୍ଦଶ ନାମା ଅନୁସାରେ ପ୍ରତ୍ୟେକ ମାସ ୨୩ ତାରିଖରେ ଛତୁଆ ସାମଗ୍ରୀର ମିଶ୍ରଣ ପ୍ରକ୍ରିୟା କରାଯାଏ ଏବଂ ୧ ତାରିଖ ରେ ପ୍ରତ୍ୟେକ ହିତାଧୁକାରୀ ପାଇବାର ନୀତି ନିୟମ ରହିଅଛି କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି କୁଜଙ୍ଗ ବ୍ଲକରେ ।
୧ ତାରିଖରୁ ୧୫ ତାରିଖ ହେଲେ ମଧ୍ୟ ଛତୁଆ ଓ କିଶୋରୀ ବାଳିକା ଓ ଗର୍ଭବତୀଙ୍କ ପାଇଁ ମୁଢି, ବୁଟ, ଖଜୁରୀ ରାଶି ଲଡୁ ଆଦି ସାମଗ୍ରୀ ବଣ୍ଟନ ବିଳମ୍ବ ହେବାରୁ ସାଧାରଣରେ ଉପଭୋକ୍ତା ମାନେ ଆସନ୍ତୋଷ ପ୍ରକାଶ କରିଛନ୍ତି । ଏଥୀ ପ୍ରତି କୁଜଙ୍ଗ ସିଡ଼ିପିଓ ଙ୍କ ଭୂମିକା ସନେ୍ଦହ ଘେରରେ ଥୁବା ସହ ଘଟଣାର କର୍ଣ୍ଣପାତ ନ କରି ସଫେଇ ଦେଉଥିବା ଚର୍ଚ୍ଚା ହେଉଛି । ସୂଚନା ମୁତାବକ ଗତ ୪ ମାସ ଧରି କୁଜଙ୍ଗ ବ୍ଲକ୍ ଓ ପାରାଦୀପ ମୁ୍ୟନିସିପାଲିଟି ଅଞ୍ଚଳରେ ଛତୁଆ ଯୋଗାଣ କରୁଛନ୍ତି ତିର୍ତ୍ତୋଲ ବ୍ଲକର ଏକ ସ୍ୱୟଂ ସହାୟକ ଗୋଷ୍ଠୀ । ଏମାନେ ନିମ୍ନମାନର ଖାଦ୍ୟ ଯୋଗାଣ ଓ ମିଥ୍ୟା ବିଲ ଦେଇଥିବା ତିର୍ତ୍ତୋଲ ଥାନାରେ ଅତୀତରେ ଏତଲା ମଧ୍ୟ ହୋଇଛି । ଏହିଭଳି ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ କିଭଳି ଭାବରେ କୁଜଙ୍ଗ ବ୍ଳକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ? କେତେକ ନିରୁର୍ଦ୍ଦିଷ୍ଟ ଅଧିକାରୀ ମୋଟା ଅଙ୍କର ଉକ୍ରଚ୍ଚ ନେଇ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଟିକୁ ଛତୁଆ ତୁଲାଇବା ଦାୟିତ୍ୱ ଦେଇଥିବା ନେଇ ଚର୍ଚ୍ଚା ହେଉଛି । ପ୍ରକାଶ ଥାଉ କି, ଯେଉଁ ଛତୁଆ, ମୁଢ଼ି, ବୁଟ, ଖଜୁରୀ,ରାଶି ଲଡୁ, ସୁଜି ଇତ୍ୟାଦି ଜିନିଷ ଉପଭୋକ୍ତା ମାନଙ୍କୁ ଯୋଗାଣ ହେଉଛି ତାହା ଅତ୍ୟନ୍ତ ନିମ୍ନ ମାନର ଓ ସରକାରଙ୍କ ଧାର୍ଯ୍ୟ ପରିମାଣ ଠାରୁ କମ୍ ଆସୁଥିବା କଥାର ଫଟୋ ଚିତ୍ର ସାମ୍ନାକୁ ଆସିଛି । ତେଣୁ ଆଗାମୀ ଦିନରେ ଉକ୍ତ ଛତୁଆ ଯୋଗାଣର ପ୍ରମୁଖ କେଲେଙ୍କାରି ସାଜିଛି ତିର୍ତ୍ତୋଲ ଅଞ୍ଚଳ ର ସୂୟଂ ସହାୟକ ଗୋଷ୍ଠୀ ଏବେ ତିର୍ତ୍ତୋଲ ରେ କେଳେଙ୍କାରି ପରେ କୁଜଙ୍ଗର ଛତୁଆ କେଳେଙ୍କାରି ସାମ୍ନାକୁ ଆସିଛି ଏବେ ପ୍ରଶ୍ନ ଉଠୁଛି କେବେ ଆଉ କେଉଁ ଦିନ ଛତୁଆ ର ମାନ ଓ ଓଜନ ଓ କିଶୋରୀ ବାଳିକା ମାନଙ୍କ ପାଇଁ ଯୋଗାଣ କରାଯାଉଥିବା ଶସ୍ୟ ମାନ ଓ ଓଜନ ଠିକ୍ ରହିବ ତାହା ଉପରେ ଅଞ୍ଚଳ ବାସୀଙ୍କ ନଜର । ଏଥ୍ ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ସହ ଏକ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରି ଓଜନ ଓ ମାନକୁ ଯାଞ୍ଚ କରିବା ପାଇଁ ସାଧାରଣ ଦାବି ହେଉଛି । ଆଗାମୀ ଦିନରେ ଉକ୍ତ ଯୋଗାଣ ସମ୍ବନ୍ଧରେ ଜାଗ ଗ୍ରାହକ ଜାଗ ନୀତିରେ ଆଇନ ର ଆଶ୍ରୟ ନେବା ପାଇଁ ଉପଭୋକ୍ତା ମାନେ ଚେତାବନୀ ଦେଇଛନ୍ତି ।