ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କଲେ ବିଧାୟକ  

ଝରିଗାଁ : ଝରିଗାଁ ପଞ୍ଚାୟତ ସଦର ସ୍ଥିତ ଜୟନ୍ତୀ ନଗର ବସ୍ତିରେ ଥିବା ପୁରାତନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟର ଅନିୟମିତତା ଏବଂ ଦୁର୍ନୀତି କରିଥିବା ଝରିଗାଁ ବିଧାୟକ ନରସିଂହ ଭତ୍ରାଙ୍କ ନିକଟରେ ଅଭିଯୋଗ କରିବା ପରେ ବିଧାୟକ ପୋଖରୀ ଉଦ୍ଧାର କାର୍ଯ୍ୟ ନିକଟରେ ପହଞ୍ଚି ପୋଖରୀର କାର୍ଯ୍ୟ ତଦାରଖ କରିଛନ୍ତି । ତେବେ ବିଧାୟକ ବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କୁ କାର୍ଯ୍ୟ ବିଷୟରେ ବୁଝିବା ସହ ପୋଖରୀ ଉଦ୍ଧାର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ୫ମ ପାର୍ଯାୟ ଏସ୍ଏଫ୍ସି ପାଣ୍ଠିରୁ ଜୟନ୍ତୀ ନଗର ଜଳାଶୟ ପୁନଃ ଉଦ୍ଧାର କାର୍ଯ୍ୟ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରହିଥିବା ବେଳେ, ଏହି ଟଙ୍କାକୁ ଅଳ୍ପ କାମ କରି ହରିଲୁଟ କରିଥିବା ଅଭିଯୋଗ ଆଣିଛନ୍ତି ଜୟନ୍ତୀ ନଗର ବସ୍ତି ବାସିନ୍ଦା । ଲତା ବୁଦା, ଅମରି ଡାଳ ଅନାବନା ଘାସ ଲତା ବର୍ଜ୍ୟବସ୍ତୁ ଅପରିଷ୍କାର ପାଣି ଦୂଷିତ ପରିବେଶ ମଧ୍ୟରେ ରହିଛି ପୋଖରୀର ଅବସ୍ଥା । ଏହାର ପୁନରୁଦ୍ଧାର ନାଁରେ ଜେସିବି ମେସିନ ଲଗାଇ ଗୋଟିଏ ପାର୍ଶ୍ୱରେ ତିନିରୁ ଚାରି ଫୁଟ୍ ଖୋଳା ଯାଇଛି । ନିମ୍ନମାନର କାର୍ଯ୍ୟ ଦେଖି ବିଧାୟକ ବିଲ୍ ପାରିତ ନ କରିବାକୁ ଏଇ ଏବଂ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ବିଧାୟକ ଶ୍ରୀ ଭତ୍ରା । ତେବେ ପୋଖରୀର ଅବସ୍ଥା ଠିକ ନ ଥିବା ଯୋଗୁଁ କାର୍ଯ୍ୟ ରେ ଲାଗୁ ନ ଥିବା କହିଥିବା ବେଳେ, ପୋଖରୀ କୁ ସମ୍ପୂର୍ଣ ଭାବେ ପୁନଃଉଦ୍ଧାର ପାଇଁ ଦାବି କରିଛନ୍ତି ସାହି ବାସିନ୍ଦା ।