ସୀତା ବିବାହ ଉତ୍ସବ
ସୁକିନ୍ଦା : ସୁକିନ୍ଦା ରାମ ମନ୍ଦିରରେ ସୀତା ବିବାହ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ ଓ ସୀତା ମାତାଙ୍କ ବିବାହ ଉତ୍ସବ ହୋଇଥିବା ବେଳେ ଏଥିରେ ମାତା ସୀତାଙ୍କ କନ୍ୟା ପିତା ପକ୍ଷ ଭାବେ ରଜନୀକାନ୍ତ ଦ୍ୱିବେଦୀ ଓ ପ୍ରଭୁ ଶ୍ରୀରାମ ରାମଙ୍କ ପିତା ଭାବରେ ମାନସ ମହନ୍ତି କର୍ମ ସମ୍ପାଦନ କରିଥିଲେ । ଏଥିରେ ପୂଜକ ଭାବେ ଅମ୍ବୁଜ ପଣ୍ଡା, ବିନୟ ଦ୍ୱିବେଦୀ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ମଙ୍ଗଳବାର ରାତିରେ ଏକ ଶୋଭାଯାତ୍ରା ବାହାରି ଗ୍ରାମ ଦେବତୀ ମା’ଖଣ୍ଡୁରାଇ ମନ୍ଦିରରୁ ଆଜ୍ଞା ମାଳ ଅଣାଯାଇ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ମାଙ୍ଗଳିକ କାର୍ଯ୍ୟରେ ସ୍ଥାନୀୟ ଅଂଚଳର ଅନେକ ଶ୍ରଦ୍ଧାଳୁ ଯୋଗ ଦେବା ସହ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ପୂର୍ବତନ ଜିଲା ପରିଷଦ ରମଣୀରଞ୍ଜନ ବଳସାମନ୍ତ, ଶେଖର ମହାନ୍ତି ଓ ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ଆଶ୍ରିବାଦ କାମନା କରିଥିଲେ ।