ଅଷ୍ଟାବିଂଶ ତମ ବାର୍ଷିକ ଉସବ ପାଳିତ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଗୋଇମୁଣ୍ଡି -ଚଳାନପଡା ସରସ୍ୱତୀ ଶିଶୁ ମନ୍ଦିର ଅଷ୍ଟାବିଂଶ ତମ ବାର୍ଷିକ ଉସôବ ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବ୍ଳକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଦକ୍ଷିଣ ପଶ୍ଚିମ ସମ୍ଭାଗର ସମ୍ପାଦକ ତଥା ପଲ୍ଲୀପ୍ରଗତି ମହାବିଦ୍ୟାଳୟର ଅଧକ୍ଷ ରୁଦ୍ରମାଧବ  ବାରିକ, ସମ୍ମାନିତ ଅତିଥି ଭାବେ ଉକ୍ତ ଅନୁଷ୍ଠାନ ପାଇଁ ଜମି ଦାନ କରିଥିବା  ସ୍ୱର୍ଗତ ବସନ୍ତ ସିଂ ଚଳାନ ଧର୍ମପନôୀ ପ୍ରମୋଦିନୀ ଚଳାନ,ଅନୁଷ୍ଠାନର ସମ୍ପାଦକ ମହେନ୍ଦ୍ର କୁମାର ବାରିକ ମଞ୍ଚ ଆସୀନ ରହି ଉକ୍ତ ବିଦ୍ୟାଳୟ ଅଷ୍ଟାବିଂଶ ତମ ବାର୍ଷିକ ଉସôବ ପାଳନ କରୁଥିବାରୁ ଭୃୟଂଶୀ ପ୍ରସଂସା କରିଥିଲେ  । ପ୍ରଧାନ ଆଚାର୍ଯ୍ୟ କ୍ଷୀରୋଦ କୁମାର ରଣା ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ସଞ୍ଜୟ କୁମାର ଚଳାନ ଅତିଥି ପରିଚୟ ସହ ଅନୁଷ୍ଠାନର ସମ୍ପାଦକ ମହେନ୍ଦ୍ର କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ  । ଏ ଅବସର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଛି  ।ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । କାର୍ଯ୍ୟକ୍ରମରେ ଗୁରୁମା ନିରୂପମା ବାରିକ, ନିରୂପମା ରାଉତ, ନନ୍ଦିନୀ ଦଣ୍ଡସେନା, ଈଶ୍ୱରୀ ଚଳାନ, କାଦମ୍ବିନୀ ଦଣ୍ଡସେନା, ଜ୍ୟୋତି ବାରିକ, ଗୁରୁଜୀ ରୂପଚନ ପ୍ରଧାନ, ନିତ୍ୟାନନ୍ଦ ରଣା, କିଶୋର ଗହୀର, ଗିରିଷ କଟା, ରୂପେଶ ଦଣ୍ଡସେନା, ପ୍ରବୀଣ ଘିଭେଲା, ସେବୀକା ରବିତା ବନଛୋର, ପରମେଶ୍ୱରୀ ବିଶି ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  । କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଜିଲ୍ଲା ପ୍ରମୁଖ ଧ୍ରୁବ ପାତ୍ର, ସଂକୁଳ ପ୍ରମୁଖ ଅବସର ପ୍ରାପ୍ତ ବିଇଓ ହୃଷିକେଶ ଦଣ୍ଡସେନା, ସଂକୁଳ ସଂଯୋଜକ ତଥା ଖଡ଼ିଆଳ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଉପସ୍ଥିତ ଥିଲେ  ।